ସଠିକ୍ ବ୍ୟୁରୋ : ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ଅନ୍ତର୍ଗତ ରାଉତପଡ଼ା ଗ୍ରାମର ମହେନ୍ଦ୍ର ମଲ୍ଲିକଙ୍କ ଏକମାତ୍ର ରୋଜଗାରିଆ ପୁଅ ସୁଶାନ୍ତ କୁମାର ମଲ୍ଲିକ ଯିଏକି ଚେନ୍ନାଇରେ ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ଗତ ୨୪-୦୬-୨୦୨୫ ତାରିଖରେ କାର୍ଯ୍ୟରେ ଯୋଗ ଦେବାକୁ ଯିବା ସମୟରେ ତାଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା ପରେ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି କୋଏମ୍ବାଟୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ପରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା, ସୁଶାନ୍ତଙ୍କ ପରିବାର କହିଲେ ଦୁଇ ଛୋଟ ପିଲା ଏବଂ ତାଙ୍କର ବୃଦ୍ଧ ବାପା ଆଉ ମା, ସ୍ତ୍ରୀ ସଙ୍ଗୀତା ମଲ୍ଲିକ। ପରିବାର ଅତ୍ୟନ୍ତ ଗରିବ ଆଉ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ଗାଁ ଲୋକେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ସାହାଯ୍ଯ କରିବାପାଇଁ ନିବେଦନ କରିଥିଲେ, ଏହି ଖବର ପାଇ ବାଲେଶ୍ବର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଆପଣ ଏକା ନୁହଁନ୍ତି ଟ୍ରଷ୍ଟ” ର ପ୍ରତିଷ୍ଠାତା/ସଭାପତି- ଶ୍ରୀ ଅଜୟ କୁମାର ମହାନ୍ତି, ସମ୍ପାଦକ-ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, କୋଷାଧକ୍ଷ- ଶ୍ରୀମତୀ ଗୋପମଣି ପଣ୍ଡା ଏବଂ ବରିଷ୍ଠ ଉପଦେଷ୍ଟା- ଶ୍ରୀଯୁକ୍ତ ଶିବାନନ୍ଦ ପାଢୀ, ଶ୍ରୀ ଗଦାଧର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ସଦସ୍ୟ: ରମାକାନ୍ତ ନାୟକ, ଶିବଶଙ୍କର ନାୟକ, ସାବିତ୍ରୀ ମୁଖି,ମଧୁସ୍ମିତା ମିଶ୍ର,ଦୀନବନ୍ଧୁ ମଲ୍ଲିକ, ସୁକାନ୍ତ ଆଜି ସୁଶାନ୍ତଙ୍କ ଘରେ ପହଁଚି ସଂଗଠନ ପକ୍ଷରୁ ସୁଶାନ୍ତଙ୍କ ଦଶାହକ୍ରିୟା ନିମନ୍ତେ କିଛି ଆର୍ଥିକ ସାହାଯ୍ୟ କରିଥିବାର ସୂଚନା ମିଳିଛି,ସୁଶାନ୍ତଙ୍କ ବଡ଼ ପୁଅ ଭଲ ପାଠ ପଡୁଥିବାରୁ ଘରେ ପାଠ ପଢ଼ାଇବାକୁ ପାଇଁ କେହି ନାହାଁନ୍ତି ଏପଟେ ସ୍ତ୍ରୀ ସଂଗୀତା ସ୍ୱାମୀଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସମୟରେ ମୁଣ୍ଡ ଉପରେ ଦୁଇ ଦୁଇଟି ପିଲାଙ୍କ ଭବିଷ୍ୟତ ସହିତ ଶାଶୁ ଶ୍ଵଶୁରଙ୍କ ସହିତ ପରିବାର କିପରି ଚଳେଇବେ ସେ ନେଇ ସ୍ତାନୀୟ ଲୋକେ ପ୍ରଶ୍ନ କରିଛନ୍ତି. ଏହି ପରିପ୍ରେକ୍ଷୀରେ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ବାଲେଶ୍ବର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଶ୍ରୀଜଗନ୍ନାଥ ଯୁକ୍ତ +୨ ରେଶୀଡେନସି ସ୍କୁଲ ଓ କଲେଜର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗଙ୍ଗାଧର ଜେନାଙ୍କ ସହିତ ଏ ସମ୍ବନ୍ଧରେ କଥା ହେବା ପରେ ପିଲାର ସମ୍ପୂର୍ଣ୍ଣ ପାଠ ପଢାଇବା ପାଇଁ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି,ମୃତ୍ୟୁ କୁ ୯ ଦିନ ବିତିଯାଇଥିଲେ ମଧ୍ଯ ସରକାରଙ୍କ ତରଫରୁ କୌଣସି ସାହାଯ୍ଯ ସହାୟତା ମିଳି ପାରିନାହିଁ,ସହାୟତା ପାଇଁ ସ୍ତାନୀୟ ଲୋକେ ଦାବି କରିଛନ୍ତି, ସଂଗଠନର ଏପରି ମହାନ୍ କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।
ରିପୋର୍ଟର : ଅଜୟ କୁମାର ମହାନ୍ତି (ସିମୁଳିଆ)