ସଠିକ୍ ବ୍ୟୁରୋ : ଆମ ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ଥିବା ଜଗଦୀପ ଧନଖର ଆଜି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଚିଠିରେ ଧନଖର ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ୨୦୨୨ ସେ ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଚିକିତ୍ସାକୁ ପ୍ରାଥମିକତା ଓ ଡାକ୍ତରଙ୍କ ପରାମର୍ଶ ପାଳନ କରି ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଲେଖିଛନ୍ତି । ଏହାସହ ସହଯୋଗ ଓ ସୁସମ୍ପର୍କ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି ।
— Vice-President of India (@VPIndia) July 21, 2025