ସଠିକ୍ ବ୍ୟୁରୋ : ଓଟିଟି ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ୨୫ ଓଟିଟି ପ୍ଲାଟଫର୍ମ । ଏହି ଲିଷ୍ଟରେ Ullu ଆପ୍ ସହିତ ALTT, Desiflix ଏବଂ Big Shots ଭଳି ଆପ୍ ରହିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏ ସମ୍ପର୍କରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି । ଆଇଟି ନିୟମ ଅନୁସାରେ ସରକାର ଏହି ଆପ୍ ଗୁଡ଼ିକ ବିରୋଧରେ ଆକ୍ସନ ନେଇଛନ୍ତି । ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରୁଥିବା ୨୫ ଟି ଆପକୁ ବ୍ୟାନ କରିଦିଆଯାଇଛି । ALTT, ULLU, Big Shots App, Desiflix, Boomex, Navarasa Lite, Gulab App, Kangan App, Bull App, Jalva App, Wow Entertainment, Look Entertainment, Hitprime, Feneo, ShowX, Sol Talkies, Adda TV, HotX VIP, Hulchul App, MoodX, NeonX VIP, Fugi, Mojflix, Triflicks ଆପକୁ ବ୍ୟାନ୍ କରିଛନ୍ତି ସରକାର ।
ଏହାପୂର୍ବରୁ ମଧ୍ୟ ସରକାର ଓଟିଟି ପ୍ଲାଟଫର୍ମକୁ ନେଇ ବଡ଼ ଆକ୍ସନ ନେଇଥିଲେ ।