ଦୁଇ ଅଭିଯୁକ୍ତ ଙ୍କ ସହ ୪୦ କେଜି ଗଞ୍ଜେଇ ମାରୁତି ଜବତ

ସଠିକ୍ ବ୍ୟୁରୋ :  ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ ଦ୍ଵାରା ଦୁଇଟି ସ୍ଥାନ ରୁ ଦୁଇ ଅଭିଯୁକ୍ତ ଓ ୪୦ କେଜି ଗଞ୍ଜେଇ ସହ ଗୋଟିଏ ମାରୁତି ଡିଜ।ୟର ଓ ମୋବାଇଲ ଫୋନ ଜବତ କରି ପୃଥକ୍ ପୃଥକ୍ ଭାବେ ଦୁଇଟି ଏନ୍ ଡି ପି ଏସ କେସ ରୁଜୁ କରି କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷିକା ସୁମତୀ ତ୍ରିପାଠୀ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଛକ ଠାରେ ପୂର୍ବ ସୂଚନା ଅନୁସାରେ ଅଟକାଇ ସୁଶାନ୍ତ ବେହେରା (୩୮) ଙ୍କ ଠାରୁ ଦୁଇଟି ବ୍ୟାଗ ରୁ ୩୫ କେଜି ଗଞ୍ଜେଇ ସହ କାର ଓ ଏକ ମୋବାଇଲ ଫୋନ ଜବତ ହୋଇଛି । ଏହି ଗଞ୍ଜେଇ ସବୁ ଫୁଲବାଣୀ ରୁ ଭୁବନେଶ୍ଵର ଚାଲାଣ କରାଯାଉଥିଲା । ପରେ ପରେ ତରତୁଆ ମହାକାଳେଶ୍ବର ପେଟ୍ରୋଲ ପମ୍ପ ଠାରେ ସନ୍ଦେହ କରି ଜଣକୁ କାବୁ କରିଥିଲା ଖୋର୍ଦ୍ଧା ମୋବାଇଲ ଟିମ୍ । ସେ ହେଉଛି କନ୍ଧମାଳ ଅଞ୍ଚଳର ସହିଦ ମଙ୍ଗଳ ନାୟକ (୨୪) ଠାରୁ ୫କେଜି ଗଞ୍ଜେଇ ଜବତ କରାଯାଇଛି ମୋବାଇଲ ଟିମ୍ ଓ ଏହା ବାଲିଗୁଡା ରୁ ବାଙ୍ଗାଲୋର ଚାଲାଣ ହେଉଥିବା ସୂଚନା । ଉଭୟ ଅଭିଯୁକ୍ତ ଙ୍କୁ ମୋବାଇଲ ଟିମ୍ କାବୁ କରି ଦୁଇଟି ଏନ୍ ଡି ପି ଏସ କେସ ରୁଜୁ କରି କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ଅବକାରୀ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଏସ ପି ।

ରିପୋର୍ଟର : ଞାନ ରଞ୍ଜନ ଦାଶ(ଖୋର୍ଦ୍ଧା )

Leave a Reply

Your email address will not be published. Required fields are marked *