ସଠିକ୍ ବ୍ୟୁରୋ : ଧର୍ମଗଡ଼ ବ୍ଲକ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଟିପିଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକା ଡାକ୍ତର ବୃନ୍ଦା ଡି ପରିଦର୍ଶନରେ ଆସି ଫେରିଥିବା ଜଣାପଡିଛି l ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏନକ୍ୱାସରେ ତାଲିକା ଭୁକ୍ତ ହୋଇଥିବାରୁ ଜିଲ୍ଲା ତଥା ରାଜ୍ୟ ସ୍ୱାସ୍ଥ୍ୟ ଦଳ ପରିଦର୍ଶନରେ ଆସୁଥିବା ସୂଚନା ମିଳିଛି l ପରିଦର୍ଶନ ସମୟରେ ଡାକ୍ତର ବିଜୟ ମହାପାତ୍ର ସ୍ୱତନ୍ତ୍ର ସମ୍ପାଦକ ଏମଏସ, ଆଦିତ କୁମାର ପ୍ରଧାନ ଏସପିଏମ ଜାତୀୟ ସ୍ୱାସ୍ଥ୍ୟ ମିଶନ,ସମେତ ଟିପିଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ମାନସ ରଞ୍ଜନ ପାଣିଗ୍ରାହୀ, ଆୟୁଷ ଡାକ୍ତର ରାଜଶ୍ରୀ ନେଗୀ, ଫାର୍ମାସିଷ୍ଟ ଅଫିସର ଚନ୍ଦ୍ରମୌଳି ପଣ୍ଡା, ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ l ଡ଼.ବୃନ୍ଦା ପରିଦର୍ଶନ କରି ସନ୍ତୋଷ ଥିବା ଟିପିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ପ୍ରକାଶ କରିଥିବାବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତା ମାସରେ ଏକ ଜାତୀୟ ପ୍ରତିନିଧି ଦଳ ଆସୁଥିବା ସୂଚନା ମିଳିଛି l ଏହି ଅବସରରେ ଟିପିଗୁଡା ଅଞ୍ଚଳ ବାସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ l
ରିପୋର୍ଟର : ସୌମ୍ୟ ରଞ୍ଜନ ନାଏକ(କଳାହାଣ୍ଡି )

