ସଠିକ ବ୍ୟୁରୋ : ଗୋପିଆକୁଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଆଡ଼ିଆ ଓ ବାଲିସାହି କୁ ସଂଯୋଗ କରୁଥିବା ପୋଲ ଏବେ ପାଲଟିଛି କାଦୁଅ ରାସ୍ତା । ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ଏ ପୋଲ ଟି ପ୍ରାୟ କିଛି ବର୍ଷ ହେବ ।ସ୍ଥାନୀୟ ଲୋକ କହିବା ଅନୁଯାଇ ନିମ୍ନ ମାନର କାର୍ଯ୍ୟ କରିଛନ୍ତି । ଯାହା ଫଳରେ ପୋଲ ଉପରେ ଅନେକ ଖାଲ ସେଥିରେ ପାଣି ଯମି ଯମି ପୋଲର ଆୟୁଷ ମଧ୍ୟ କମିବାକୁ ବସିଲାଣି , ବର୍ଷା ଟିକେ ହେଲେ ଏ ପୋଲର ଦୃଶ୍ୟ ଦେଖି ଜାଣିପାରୁଥିବେ କେମିତି…

ସ୍ଥାନୀୟ ଲୋକ କହିବା ଅନୁଯାଇ ଗୋପିଆକୁଦ ଓ ଗଣ୍ଡକିପୁର ର ବସବାସ କରୁଥିବା ପ୍ରାୟ ୫୦୦୦ ଲୋକ ଏ ପୋଲ ଉପରେ ନିର୍ଭର ।ଏପଟେ କାଳିଆପାଟ ବିଦ୍ୟାଳୟ ଥିବା ବେଳେ ବାଲିସାହି ରୁ ପ୍ରାୟ ସ୍କୁଲ ପିଲା ଯିବା ଆସିବା କରିବାରେ ଅସୁବିଧା ହେଉଥିବା ବେଳେ ଅନେକ ଛୋଟ ଛୋଟ ପିଲା ମଧ୍ୟ ଆସିବାକୁ ନାରାଜ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ଗୋପିଆକୁଦ ଗ୍ରାମରେ ପିଇବା ପାଣି ର କୌଣସି ସୁବିଧା ହୋଇପାରିଲା ନାହିଁ.. ଯାହା ଫଳରେ ସକାଳ ହେଲେ ପ୍ରାୟ ୩୦୦୦ରୁ ଉର୍ଦ୍ଧ ଲୋକ ୧୫ ନମ୍ବର ସ୍ଥିତ ଏକ ସରକାରୀ ନଳକୂପପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି । ଫଳରେ ବର୍ଷା ଦିନ ଆସିଲେ ପୋଲ ଟି ପାଣି କାଦୁଅ ରେ ବୁଡ଼ିଯାଏ.. ଅନେକ ମହିଳା ମଧ୍ୟ ପାନୀୟ ଜଳ ଆଣିବା ପାଇଁ ସେପଟକୁ ଯିବାରେ ବାଧା ଉପୁଜେ ପାନୀୟ ଜଳ ଅଭାବରୁ ବଞ୍ଚି ଦୂଷିତ ଜଳକୁ ମଧ୍ୟ ପିଇଥାନ୍ତି । ତା ସତେ ଅନେକ ଲୋକ କର୍ମ କ୍ଷେତ୍ରକୁ ମଧ୍ୟ ସେଇ ବାଟ ଦେଇ ଯିବା ଆସିବା କରନ୍ତି.. କାଳିଆପାଟ ବା ଗୋପୀଆକୁଦ ପଞ୍ଚାୟତ ର ଅନେକ କଲେଜ ପିଲା ମଧ୍ୟ ସେଇ ବାଟ ଦେଇ କଲେଜ କୁ ଯାଇଥାନ୍ତି… ଅନେକ ଲୋକ ଏ ପୋଲ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି…ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଗୁହାରି କଲେ ଆଜି କାଲି କହି ମିଛ ପ୍ରତିଶୁତି ଦେଉଛନ୍ତି ସତ ଫଳ ଘର ଶୁନ…. ଯଦି ପ୍ରଶାସନ ଏଥି ପ୍ରତି ଦାୟିତ୍ୱ ଦିଅନ୍ତି ତେବେ କାର୍ଯ୍ୟ ରେ ସୁଧାର ଆସନ୍ତା ।