ସଠିକ ନ୍ୟୁଜ୍ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ସାରା ରାଜ୍ୟ ତଥା ଜିଲ୍ଲାର କୋଣ ଅନୁକୋଣରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ଚଳ ଚଞ୍ଚଳ ହୋଇ ପଡିଛି, ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡରାଇ ଡିଗୀ ଜଗନ୍ନାଥ ମନ୍ଦିର ଅନ୍ୟତମ, ଏଠାରେ ପ୍ରାୟତଃ ୫ ହଜାରରୁ ଉର୍ଦ୍ଧ ଜଗନ୍ନାଥ ଭକ୍ତ ସମାଗମ ଦେଖିବାକୁ ମିଳିଥାଏ, ଏହାକୁ ଆଖିରେ ରଖି ସିମୁଳିଆ ଅଞ୍ଚଳର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ଆପଣ ଏକା ନୁହଁନ୍ତି ଟ୍ରଷ୍ଟ” ପକ୍ଷରୁ ଡିଗୀ ଜଗନ୍ନାଥ ମନ୍ଦିରକୁ ଆସିଥିବା ହଜାର ହଜାର ଭକ୍ତଙ୍କ ପାଇଁ ସଂଗଠନ ପକ୍ଷରୁ ଥଣ୍ଡା ଜଳ, ସର୍ବତ, ଏବଂ ଭକ୍ତଙ୍କ ସୁରକ୍ଷା,ମନ୍ଦିର ଚାରିପାଖ ସଫେଇ ସହିତ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ମନ୍ଦିର ପ୍ରଶାସନକୁ ସହଯୋଗ କରିଛନ୍ତି, ସଂଗଠନର ଏପରି ମହାନ କାର୍ଯ୍ୟ ଦେଖି ଡିଗୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।
ରିପୋର୍ଟର : ଅଜୟ କୁମାର ମହାନ୍ତି (ବାଲେଶ୍ୱର )