ଆଜି ବି ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ,ପ୍ରେମ କରି ଜମିରେ ହଳ କଲେ ପ୍ରେମୀ ଯୁଗଳ

ସଠିକ ନ୍ୟୁଜ ବ୍ୟୁରୋ : ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି ପ୍ରେମୀଯୁଗଳ । ଘଟଛି ଏ ଅମାନବୀୟ କାଣ୍ଡ କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ । ବଳଦ ହୋଇ ଜମି ଚାଷ କରିବା ସହ ବେତ ପାହାର ଖାଇଛନ୍ତି । କେବଳ ଏତିକି ନୁହେଁ, ଅକଥନୀୟ ନିର୍ଯାତନା ପରେ ଗାଁରୁ ଉଭୟଙ୍କୁ ତଡ଼ି ଦିଆଯାଇଛି । ପ୍ରେମ ବିବାହ କରିଥିବା ଗ୍ରାମର ଯୁବତୀ ଲାକ ସାରକା (୩୩) ଓ ଯୁବକ କଡ଼ିଆ ସାରକା (୨୯) ‌ଗୋଟିଏ ବଂଶର । ସମ୍ପର୍କରେ ପିଉସୀ ଓ ପୁତୁରା । ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ । କିନ୍ତୁ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଥିବାରୁ ସେମାନେ ନିଷ୍ପତ୍ତି ବିରୁଦ୍ଧରେ ଯାଇଥିଲେ । ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲୋକ ଦେଖିବା ପରେ କୁଟୁମ୍ବ ବୈଠକ ବସି ପରମ୍ପରା ମୁତାବକ ଦଣ୍ଡ ଶୁଣାଇଥିଲେ । ସାମାଜିକ ଗଣମାଧ୍ୟମରେ ପ୍ରେମୀଯୁଗଳ ଜମିରେ ହଳ କରୁଥିବା ଭିଡିଓ ଘୂରି ବୁଲିବା ପରେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।


 

Leave a Reply

Your email address will not be published. Required fields are marked *