ଧର୍ମଗଡ଼ ଉପଖଣ୍ଡ ବନ ବିଭାଗ,ବେହେରା ଫରେଷ୍ଟର ରାଜେନ୍ଦ୍ର ନାଏକ ଜବତକରିଛନ୍ତି ଓ ତଦନ୍ତ ଜାରି ରହିଛି, ଟ୍ରାକ୍ଟର ନଂ OD 08-7585 ରେ କୁଇଣ୍ଟାଲ କୁଇଣ୍ଟାଲ ଶାଗୁଆନ କାଠଜବତ କରାଗଲାଶାଗୁଆନ କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ କଲା ବନ ବିଭାଗ,ଚାଳକ ଫେରାର ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ଧର୍ମଗଡ ବନ ବିଭାଗ ଦ୍ବାରା ଧରାପଡ଼ିଚି । ଗାଡ଼ି ଚାଳକ ଫେରାର ହୋଇ ଯାଇ ଥିବା ବେଳେ ଜବତ କାଠ ଓ ଟ୍ରାକ୍ଟର ବନ ବିଭାଗ କାର୍ଯ୍ୟାଳୟ ରେ ରଖା ଯାଇଛି ।ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତି ରେ ସ୍କ୍ୱାର୍ଡ ଟିମ୍ ପାଟ୍ରୋଲିଂ କରୁଥିବା ସମୟ ରେ ଗୋତୋମୁଣ୍ଡା – ଥୁଟିବର ରାସ୍ତା ରେ ଗୋଟିଏ ଟ୍ରାକ୍ଟର ରେ ଶାଗୁଆନ କାଠ ଗଣ୍ଡି ବୋଝେଇ ହୋଇ ଯାଉ ଥିବା ଦେଖି ଥିଲେ । ଗାଡ଼ି କୁ ଅଟକାଇବା ପରେ ଚାଳକ ଗାଡ଼ି ଛାଡ଼ି ଦେଇ ଫେରାର ମାରି ଥିଲା ।ବନ ବିଭାଗ ପକ୍ଷରୁ ଟ୍ରାକ୍ଟର ଗାଡ଼ି ଏବଂ ଏଥିରେ ଥିବା ୨୩ ଖଣ୍ଡ ଶାଗୁଆନ କାଠ ଗଣ୍ଡି କୁ ଜବତ କରାଯାଇ ଧର୍ମଗଡ ରେଞ୍ଜ କାର୍ଯ୍ୟାଳୟ କୁ ଅଣା ଯାଇଥିଲା । ଜବତ କାଠ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ରେଞ୍ଜର (ବନପାଳ) ଭବାନୀ ଶଙ୍କର କାଉର ସୂଚନା ଦେଈଛନ୍ତି। ଚଢ଼ାଉ ରେ ବେହେରା ଫରେଷ୍ଟର ତଥା ସେକ୍ସନ ଇନଚାର୍ଜ ରାଜେନ୍ଦ୍ର ନାଏକ, ସ୍କ୍ୱାର୍ଡ କୋକିଳ ଭାଟି , କୁନା ପ୍ରଧାନ, ପାରା ଫରେଷ୍ଟ ଷ୍ଟାଫ ସ୍ଵାଧୀନ ଦଣ୍ଡସେନା, ନମିତା ବାଗ ପ୍ରମୁଖ ସାମିଲ ଥିଲେ।ନିରବଦ୍ରଷ୍ଟା ବନ ବିଭାଗ, ପଦା ହେବାକୁ ବସିଲାଣି ଶାହାଜଖୋଲ ସଂରକ୍ଷିତ ଜଙ୍ଗଲ, ମକା ଦଲାଲ ସହିତ କିଛି ଅସାଧୁୁ ବ୍ୟକ୍ତି ମିଶି ବନବିଭାଗର ମ଼ିଲି ଭଗତ ରେ ଜଙ୍ଗଲ ସଫା ହେବା ରେ ଲାଗିଛି କେନ୍ଦ୍ର ତଥା ରାଜ୍ୟ ସରକାର କାମ୍ପା ଯୋଜନାରେ ଆମ ଜଙ୍ଗଲ ଉର୍ନ୍ନତି ଯୋଜନା ମଧ୍ୟମରେ ବନୀକରଣ କରି ଜଙ୍ଗଲ ସୁରକ୍ଷା ତଥା ପରିବେଶ ପାଇଁ କୁତ୍ରିମ ଜଙ୍ଗଲ ସୃଷ୍ଟିକରିବା ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଅସାଧୁ ବ୍ୟକ୍ତି ଏବଂ ବନବିଭାଗର ମିଳି ଭଗତରେ ପଦା ହେବାକୁ ବସିଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡର ନବରଙ୍ଗପୁର ଜିଲ୍ଲା ଛତିଶଗଡ ରାଜ୍ୟକୁ ଲାଗି ରହିଥିବା ଶାହାଜଖୋଲ ସଂରକ୍ଷିତ ଜଙ୍ଗଲ, ସୂଚନା ଥାଉ କି ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳ ରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଏହି ଘଟଣା ଉପରେ କଣ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ଜାଣିବା
ରିପୋର୍ଟର : ସୌମ୍ୟ ରଞ୍ଜନ ନାଏକ(କଳାହାଣ୍ଡି)

