ସଠିକ୍ ବ୍ୟୁରୋ : କଟକ -ପାରାଦ୍ୱୀପ ରାଜପଥ ଭୁତମୁଣ୍ଡାଇ ଠାରେ ଅନେକ ସଂଖ୍ୟକ ବୁଲା ଗାଈ ଗୋରୁ ଶୋଇରହୁଛନ୍ତି ଯାହା ଫଳରେ ଯାନବାହାନ ଚଳାଚଳ ରେ ବାଧା ସୃଷ୍ଟି ହେଉଛି । ପାରାଦ୍ୱୀପ ରାସ୍ତା ରେ ଅନେକ ସରକାରୀ ବେସରକାରୀ ବା ସାଧାରଣ ଲୋକଙ୍କ ମଧ୍ୟ ଯିବା ଆସିବା ହୋଇଥାଏ । ବୁଲା ଗାଈ ଗୋରୁ ଶୋଇରହିବା ଫଳରେ ଅନେକ ଦୁର୍ଘଟଣା ଜନିତ ସମସ୍ୟା ମଧ୍ୟ ଦେଖାଯାଉଛି ।

ଟ୍ରକ, ବସ ଅନେକ ଦ୍ରୁତଗାମୀ ଲରୀ ମଧ୍ୟ ସେହି ବାଟଦେଇ ଯିବା ଆସିବା ହୋଇଥାଏ । ଯଦି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏ ସମସ୍ୟାର ସମାଧାନ କରନ୍ତି ତେବେ ବହୁତ ଧନ ଜୀବନ କ୍ଷତି ହେବା ପୂର୍ବରୁ ବଞ୍ଚି ଯାଆନ୍ତା ।