ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ କୋଦଳା ଠାରେ ବୃହତ୍ତ କୃଷି ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଠିକ୍ ବ୍ୟୁରୋ :  ଗଞ୍ଜାମ ଜିଲ୍ଲା କୋଦଳା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ କୋଦଳା ଠାରେ ଏକ ବୃହତ୍ତ କୃଷି ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାହକଙ୍କ ସୁବିଧା ସୁଯୋଗ ତଥା ବିଶେଷ କରି କୃଷି କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସୁବିଧା ଉପଲବ୍ଧ କରାଇବା ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

କୋଦଳା ସ୍ଥିତ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ କୋଦଳା ବ୍ୟାଙ୍କ ମ୍ଯାନେଜର ପ୍ରଭାତ ରଞ୍ଜନ ପ୍ରଧାନ, ବ୍ରହ୍ମପୁର ସର୍କଲ ହେଡ୍ ପ୍ରତାପ କୁମାର ବୈରୀ ଗଞ୍ଜନ , ଦିଲ୍ଲୀରୁ ଆସିଥିବା ମହାପ୍ରବନ୍ଧକ, ଭୁବନେଶ୍ବର ଜୋନାଲ ଅଫିସ ମହା ପ୍ରବନ୍ଧକ ଆକାଶ ମହାନ୍ତି, ବ୍ରହ୍ମପୁର ସର୍କଲ ଚିଫ୍ ମ୍ଯାନେଜର ସୁବ୍ରତ କୁମାର ଦେବତା, ଲୋନ୍ ପଏଣ୍ଟ ହେଡ୍ ରାଜେଶ ମହନ୍ତ, ତପନ କୁମାର, ସରୋଜ କୁମାର ପାତ୍ର, ସନ୍ତୋଷ କୁମାର ପଣ୍ଡିତ, ଆସିଷ୍ଟାଣ୍ଟ ମ୍ଯାନେଜର ଅଶ୍ବିନୀ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ। ଏଥିରେ କୃଷକମାନଙ୍କ ସହ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ। କୃଷି କ୍ଷେତ୍ରରେ ବ୍ଯାକଂ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ରୁଣ, ବ୍ଯବସାୟ କ୍ଷେତ୍ରରେ ରୁଣ ସହ ସୂର୍ଯ୍ୟୋଦୟ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ବ୍ଯାକଂରେ ଖାତା ଖୋଲି ଗ୍ରାହକ ହେବା ସହ ବିଭିନ୍ନ ପ୍ରକାର ସେବାର ଲାଭ ଉଠାଇବାକୁ କହିଥିଲେ ବ୍ଯାକଂ କର୍ମକର୍ତ୍ତା।ଏଥିରେ ଅଗାଁର ଗାଁ ଚାଷୀ କ୍ଲଷ୍ଟର ୟୁନିଟ୍ ସଭାପତି ସଂପାଦକ ଓ କୋଷାଧ୍ୟକ୍ଷକଂ ସହ ବହୁ କର୍ମକର୍ତ୍ତା ମାନେ ବହୁ ମାତ୍ରାରେ ଯୋଗ ଦେଇଥିଲେ ।

 

ରିପୋର୍ଟର : ସନ୍ତୋଷ କୁମାର ସେଠୀ(ଗଞ୍ଜାମ)

Leave a Reply

Your email address will not be published. Required fields are marked *