ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ,ଲାଞ୍ଚ ନ ଦେଲ ମିଳିବ ନାହିଁ ଆବାସ ଗୃହ, କାନ୍ଦି କାନ୍ଦି ଅଭିଯୋଗ କରୁଛନ୍ତି ଯୋଗ୍ୟ ହିତାଧିକାରୀ

ସଠିକ୍ ବ୍ୟୁରୋ : ସରକାର ଗରିବ ଅସହାୟ ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି ସତ। କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜି ବି ଏହି ଯୋଜନା କେତେକ ହିତାଧିକାରୀ ଙ୍କ ପାଖକୁ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ କୋକସରା ବ୍ଳକ କାସିବାହାଲ ପଞ୍ଚାୟତ ଅନ୍ତର୍ଗତ ଧନସରାରେ. ବିଜୟ କୁମାର ଶତନାମୀ, ଯତ୍ପତି ଶତନାମୀ, ଓ ନରେଶ ଶତନାମୀ. ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି । ଖରା ଦିନରେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନେ ଘର ଛପର ଉପରୁ ପାଣି ଗଳୁଛି । କେତେବେଳେ ଭୁଶୁଡ଼ି ପଡ଼ିବ କହି ହେବନି । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ବୋଲି କାନ୍ଦି କାନ୍ଦି କହିଛନ୍ତି ହିତାଧିକାରୀ । ଏ ସମ୍ପର୍କ ରେ କାସିବାହାଲ ସରପଞ୍ଚ କୁ ଫୋନ୍ ମାଧ୍ୟ୍ୟମରେ ଯୋଗାଯୋଗ କରି ଥିଲେ ସୁଦ୍ଧା ଯୋଗାଯୋଗ ହୋଇ ପାରି ନ ଥିଲା.ଏଭଳି ପରିସ୍ଥିତି ରେ ଘର ଖଣ୍ଡିଏ କରିବା ତାଙ୍କ ପାଇଁ ସାତ ସପନ ପାଲଟିଛି । ବର୍ଷା ଦିନ ଆସିଲେ ଭଙ୍ଗା କୁଡ଼ିଆରେ ରହିବା ପରିବାର ପକ୍ଷରେ କଷ୍ଟକର ହେଉଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିଜୟ କୁମାର ଶତନାମୀ, ନରେଶ ଶତନାମୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ୍ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ବୃଦ୍ଧିଜୀବି ମହଳରୁ ଦାବି କରିଛନ୍ତିି । ଏହି ନିୟୁଜ ପ୍ରସାରଣ ପରେ ପ୍ରଶାସନଓ ନୂତନ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟର : ସୌମ୍ୟ ରଞ୍ଜନ ନାଏକ (କଳାହାଣ୍ଡି)

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp