ସଠିକ ବ୍ୟୁରୋ : ପାରାଦ୍ୱୀପରେ ବାଂଲାଦେଶୀ ପରିବାର ପଶିଆସିଥିବା ସୂଚନା । କୋଲକାତାରୁ ଜାଲ କାଗଜପତ୍ର ପ୍ରସ୍ତୁତ କରି ସମୁଦ୍ର ପଥରେ କରିଥିଲେ ଅନୁପ୍ରବେଶ । ଯାହାକୁ ନେଇ ଏବେ ତନାଘନା କରୁଛି ପୋଲିସ । ବାଂଲାଦେଶୀ ପରିବାରକୁ ଅଟକ ରଖି ପଚରାଉଚରା କରୁଛି । ଏହାରି ଭିତରେ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଲାଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି କି ? ହଠାତ ପାରାଦୀପରେ ପଶିଆସିଥିବା ଏମିତି ଅନେକ ଲୋକଙ୍କ କାଗଜପତ୍ର ଯାଞ୍ଚ କରୁଛି ପୋଲିସ । ସେମାନଙ୍କର ଆଧାରକାର୍ଡ, ଜମିଜମା କାଗଜପତ୍ର ଓ ଭୋଟର ଆଇ-କାର୍ଡ ଯାଞ୍ଚ କରାଯାଉଛି । ସେମାନେ କେମିତି ପାରାଦୀପ ଆସିଲେ, କଣ ପାଇଁ ଆସିଲେ, ସେସବୁ ପ୍ରଶ୍ନ କରାଯାଉଛି । ସନ୍ଦେହ କରାଯାଉଛି, ଅନେକ ଲୋକ ହଠାତ ପାରାଦୀପ ଆସି ସେଠାରେ ରହିବା ଆରମ୍ଭ କରିଛନ୍ତି । ସନ୍ଦେହର ମୁଳ କାରଣ ହେଉଛି ବାଂଲାଦେଶରୁ ଅନେକ ଲୋକ ଏମିତି ପାରାଦୀପରେ ବୁଲାବୁଲି କରୁଛନ୍ତି ଏବଂ କାମ ଖୋଜୁଛନ୍ତି । ଇତି ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ପରିବାର ମଧ୍ୟ ହଠାତ ପାରାଦୀପ ଆସି ପହଞ୍ଚିଛନ୍ତି । ଜଣେ ବ୍ୟକ୍ତି ସେମାନଙ୍କୁ ବସ୍ ଯୋଗେ କୋଲକାତାରୁ ପାରାଦୀପ ଆଣିଥିବା ଜଣାପଡ଼ିଛି । ପାରାଦୀପର ଜରଦାରୀପଡ଼ାରେ ଏକ ଭଡ଼ା ଘରେ ଆସି ରହିବା ପରେ ହଠାତ ପୋଲିସ ସେଠାରେ ପହଞ୍ଚି ତାଙ୍କର ପରିଚୟ ଜାଣିବାକୁ ଚେଷ୍ଟା କରିଥିଲା ଏବଂ ଦେଖିଥିଲା ଯେ ତାଙ୍କର ଆଧାରକାର୍ଡ ଏବଂ ଭୋଟର ଆଇ-କାର୍ଡ ସବୁ ନକଲି । ଏହି ଘଟଣା ପରେ ପାରାଦୀପରେ ଆରମ୍ଭ ହୋଇଯାଇଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା । ଓଡ଼ିଶାରେ ବାଂଲାଦେଶୀଙ୍କ ପ୍ରବେଶ ଏମିତି ଅବାଧ ଭାବରେ ହେବା ଘଟଣା, ଚିନ୍ତା ବଢ଼ାଇ ଦେଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଏଭଳି ଏକ ଅନୈତିକ ଉପାୟରେ ବାଂଲାଦେଶୀଙ୍କୁ ଆଧାରକାର୍ଡ ଓ ଭୋଟରକାର୍ଡ କରାଇ ଅନ୍ୟ ରାଜ୍ୟକୁ ପଠାଇ ଦେଉଥିବା ସନ୍ଦେହ କରାଯାଉଛି । ଏମାନେ ଖୁବ ସହଜରେ ପଶ୍ଚିମବଙ୍ଗରେ ନକଲି ଆଧାରକାର୍ଡ ତିଆରି କରି ଓଡ଼ିଶାକୁ ଚାଲି ଆସୁଛନ୍ତି । କାରଣ ଓଡ଼ିଶାରେ ଖାଇବା ପିଇବା ଏବଂ ଭାଷାଗତ ସମାନତା ରହିଛି । ତେଣୁ ସେମାନଙ୍କୁ ଏଠାରେ ବିଶେଷ ସମସ୍ୟା ହେଉନାହିଁ ।
n18