ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ମନା; ଗାଡି ଚାଳକଙ୍କ ପାଇଁ ସମସ୍ୟା ବଢ଼ାଇବ ସରକାରୀ କଟକଣା

ସଠିକ୍ ବ୍ୟୁରୋ: ଗାଁ ଗହଳିର ଲୋକଙ୍କୁ ସମସ୍ୟାରେ ପକେଇବ ଏହି ସରକାରୀ କଟକଣା । ପ୍ଲାଷ୍ଟିକ ବୋତଲରେ ଆଉ ପେଟ୍ରୋଲ ନେଇପାରିବେ ନାହିଁ ବୋଲି ସରକାର କହିବା ପରେ, ଲୋକଙ୍କ ଚିନ୍ତା ବଢ଼ିଛି । ଅଧବାଟରେ ଗାଡ଼ିରୁ ତେଲ ସରିଗଲେ ଜଣେ କଣ କରିବେ ? ଗ୍ରାମାଞ୍ଚଳରେ ଯେଉଁଠି ପେଟ୍ରୋଲ ପମ୍ପ ସଂଖ୍ୟା କମ୍, ସେଠାରେ ଖୁଚୁରା ବିକ୍ରେତାଙ୍କ ଉପରେ ନିର୍ଭର କରନ୍ତି ଗାଡ଼ିଚାଳକ । ତେଣୁ ବୋତଲରେ ପେଟ୍ରୋଲ ବିକ୍ରି ନହେଲେ ଆଗକୁ ସମସ୍ୟା ବଢ଼ିବ । ଯୋଗାଣ ବିଭାଗ କହିଛି, ରାଜ୍ୟରେ ଆଉ କୌଣସି ପେଟ୍ରୋଲ ପମ୍ପରେ ଲୋକମାନେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେଇପାରିବେ ନାହିଁ । ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏହାକୁ ତଦାରଖ କରିବେ ବୋଲି ନିଷ୍ପତି ନିଆଯାଇଛି । ତେଣୁ ଗାଁ ଗହଳିରେ ଛୋଟ ଦୋକାନୀଙ୍କ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ମଧ୍ୟ ଦେଖାଦେଇଛି । ସୋମବାର ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି କରିଛନ୍ତି । ତେଣୁ ଗ୍ରାମାଞ୍ଚଳରେ ଲୋକେ ଅଧିକାଂଶ ସମୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିଥାନ୍ତି ।  ଏପରିକି ଲୋକଙ୍କୁ ସୁବିଧାରେ ପେଟ୍ରୋଲ ଯୋଗାଇ ଦେବାକୁ ଖୁଚୁରା ବିକ୍ରେତାମାନେ ବୋତଲରେ ପେଟ୍ରୋଲ ବିକ୍ରି କରିଥାନ୍ତି । ସରକାରୀ କଟକଣା ଫଳରେ ଏବେ ଉଭୟ ଗ୍ରାହକ ଓ ଖୁଚୁରା ବିକ୍ରେତାଙ୍କୁ ସମସ୍ୟା ହେବ ବୋଲି କହିଛନ୍ତି । ସେହିପରି ଗାଡ଼ି ବ୍ୟତୀତ କୃଷି ଉପକରଣ କିମ୍ବା ଜେନେରେଟରରେ ପେଟ୍ରୋଲ ଭର୍ତ୍ତି କରିବାରେ ସମସ୍ୟା ଭୋଗିପାରନ୍ତି ସାଧାରଣ ଲୋକ । ସୂଚନାଯୋଗ୍ୟ ଯେ, ରାସ୍ତାକଡ଼ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରି କରିଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp