ସଠିକ୍ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍ରୁ ଲିକ୍ ହୋଇଛି ଓଟିଇଟି ପ୍ରଶ୍ନ ପତ୍ର। ଏହି କେଳେଙ୍କାରୀରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି । ଜିତନଙ୍କ ସମେତ ୬ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି । କଟକ ସଦର ଥାନା ଗୋପାଳପୁରରେ ରହୁଥିବା ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା କଚ୍ଛାପଡ଼ାର ଜିତନ, ରାୟଗଡ଼ା ଜିଲ୍ଲା ଅମ୍ବାଦୋଳାର ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା କୁନ୍ଦ୍ରା ସାଗରଗୁଡ଼ାର ସନାତନ ବିଷୋୟୀ, କଟକ ବାଦାମବାଡ଼ି ଗୁପ୍ତା ନିବାସର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁରର ଅଜୟ କୁମାର ସାହୁ, ବାଲେଶ୍ବର ଜିଲ୍ଲା ରୂପସାର ଜୟନ୍ତ କୁମାର ରାଉତ (୪୪)ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଜୟ, ସନାତନ, ଅଜୟ ଓ ଜୟନ୍ତ ହେଉଛନ୍ତି ଶିକ୍ଷକ ବୋଲି ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଗତ ୨୦ ତାରିଖରେ ଓଟିଇଟି-୨୦୨୫ ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ପରୀକ୍ଷା ପୂର୍ବଦିନ ୧୯ ତାରିଖ ରାତି ପ୍ରାୟ ୧୦ଟା ୪୫ରେ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଫେସ୍ବୁକ ଆକାଉଣ୍ଟ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରେ ଏହି ପ୍ରଶ୍ନପତ୍ରର ଅବିକଳ ହାତଲେଖା ସହିତ ଏହାର ଉତ୍ତର ଭାଇରାଲ୍ ହୋଇଥିଲା । ଫଳରେ ବୋର୍ଡ କର୍ତ୍ତୃପକ୍ଷ ଏହି ଓଟିଇଟି ପରୀକ୍ଷାକୁ ବାତିଲ କରିଦେଇଥିଲେ । ବୋର୍ଡର ଏଷ୍ଟାବ୍ଲିସ୍ମେଣ୍ଟ ଅଫିସର ବୁଲ୍ବୁଲ୍ ବେହେରା ଏ ସଂକ୍ରାନ୍ତରେ କ୍ରାଇମ୍ବ୍ରାଞ୍ଚରେ ୨୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । କ୍ରାଇମ୍ବ୍ରାଞ୍ଚ ଡିଆଇଜି ବାତୁଳା ଗଙ୍ଗାଧରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଗଲା ୧୦ ଦିନ ଧରି ଘଟଣାର ତଦନ୍ତ କରୁଥିଲା । ଆଜି ତାହା ସଫଳ ହେବା ସହ ସମସ୍ତଙ୍କୁ ଗିରଫ କରାଯାଇଛି । ପ୍ରଶ୍ନପତ୍ର କିଣିଥିବା ଲୋକ ଜିତନ ମହାରଣାର ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ଫୋନ୍ପେ ମାଧ୍ୟମରେ ପଠାଇଥିବା ତଦନ୍ତ ରୁ ଜଣାପଡ଼ିଛି । ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରାଯାଉଛି । ଆଗକୁ ଅନେକ ତଥ୍ୟ ହାସଲ ହୋଇପାରେ ପ୍ରଶ୍ନପତ୍ର କିଣିଥିବା ଲୋକ ଜିତନ ମହାରଣାର ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ଫୋନ୍ପେ ମାଧ୍ୟମରେ ପଠାଇଥିବା ତଦନ୍ତ ରୁ ଜଣାପଡ଼ିଛି। ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରାଯାଉଛି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ କଟକ ଜେଏମ୍ଏଫ୍ସି-୩ଙ୍କ କୋର୍ଟରେ ହାଜର କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଓ କ୍ରାଇମ୍ବ୍ରାଞ୍ଚ ଡିଆଇଜି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଚାଞ୍ଚଲ୍ୟକର ତଥ୍ୟ ମିଳିପାରେ
ବୋର୍ଡରେ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ : ଉପସଭାପତିଙ୍କ ଲାପ୍ଟପ୍ରୁ ପ୍ରଶ୍ନ ଲିକ୍, ୩୦ରୁ ୫୦ ହଜାର ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି କରି ବନ୍ଧାହେଲେ

