ନିରାକାରପୁର ସାପ୍ତାହିକ ହାଟ ଜରାଜୀର୍ଣ୍ଣ ଅବସ୍ଥାରେ

ସଠିକ୍ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମପଞ୍ଚାୟତରେ ଥିବା ସର୍ବପୁରାତନ ସାପ୍ତାହିକ ହାଟ ଜରାଜୀର୍ଣ୍ଣ ଅବସ୍ଥାରେ ।ବ୍ୟବସାୟ କରିବା ପାଇଁ ଉଚିତ ମଣୁ ନାହାନ୍ତି ବ୍ୟବସାୟୀ ଧିରେ ଧିରେ ମୁହଁ ଫେରେଇଲେଣି ବ୍ୟବସାୟୀ । ନିରାକାରପୁର ସାପ୍ତାହିକ ହାଟ ସର୍ବପୁରାତନ ହାଟ । ଏହି ହାଟ ଉପରେ ଆଖପାଖ ତିନୋଟି ନିର୍ବାଚନ ମଣ୍ଡଳୀର ଲୋକମାନେ ବ୍ୟବସାୟ କରିବା ପାଇଁ ଆସିଥାନ୍ତି ଏବଂ ତିନୋଟି ନିର୍ବାଚନ ମଣ୍ଡଳୀର ଲୋକମାନେ ମଧ୍ୟ ଏହି ହାଟକୁ କିଣାବିକା ପାଇଁ ଆସିଥାନ୍ତି । ଏହି ସାପ୍ତାହିକ ହାଟ ର ପୁନରୁଦ୍ଧାର ପାଇଁ ତତ୍କାଳୀନ ସରକାର ପଦକ୍ଷେପ ନେଇଥିଲେ ହେଲେ ଏଠାରେ ନିର୍ମାଣ ହୋଇଥିବା ଘର ପାଇଖାନା ବିଶ୍ରାମ ଗୃହ ଏବେ ଗୋରୁଗୁହାଳ ପାଲଟିଛି । ହାଟ ପରିସରରେ ଅଳିଆ ଆବର୍ଜନା ପରିବାପତ୍ର ଚୋପା ପଡି ଆବର୍ଜନା ପରିବେଶ ରେ ପଚା ଦୁର୍ଗନ୍ଧ ହେଉଛି । ଫଳରେ ବ୍ୟବସାୟୀ ମାନେ ଏଠାରେ ବ୍ୟବସାୟ କରିବା ପାଇଁ ଉଚିତ ମଣୁ ନାହାନ୍ତି । ଏହି ସାପ୍ତାହିକ ହାଟଟି ନିରାକାରପୁର ଗ୍ରାମପଞ୍ଚାୟତ ଅଧିନରେ କାର୍ଯ୍ୟକ୍ଷମ ହେଉଛି ଏବଂ ସାପ୍ତାହିକ ହାଟକୁ ନିଲାମ ଦିଆଯାଇଛି । ହେଲେ ନିଲାମ ନେଇଥିବା ବ୍ୟକ୍ତି ବ୍ୟବସାୟୀ ମାନଙ୍କ ଠାରୁ ମହାସୁଲ ଆଦାୟ କରୁଛନ୍ତି ହେଲେ ହାଟକୁ ପରିସ୍କାର କରୁନାହାନ୍ତି । ଏନେଇ ସ୍ଥାନୀୟ ସାପ୍ତାହିକ ବ୍ୟବସାୟୀ ମାନେ ବାରମ୍ବାର ବିଭାଗୀୟ ଗ୍ରାମପଞ୍ଚାୟତ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ବ୍ୟବସାୟୀ ମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏଠାରୁ ଅଳିଆ ଆବର୍ଜନା ନ ଉଠିଲେ ଏବଂ ସଫାସୁତୁରା ନହେଲେ ଆଗାମୀ ଦିନରେ ବ୍ୟବସାୟୀ ମାନେ ଏହି ସାପ୍ତାହିକ ହାଟକୁ ଆସିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସରକାରୀ ସ୍ଥରରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହାର ନିରାକରଣ କରିବା ପାଇଁ ଦାବି ଜୋର ଧରିଛି ।

ରିପୋର୍ଟର : ଞାନ ରଞ୍ଜନ ଦାଶ (ଖୋର୍ଦ୍ଧା)

Leave a Reply

Your email address will not be published. Required fields are marked *