ବାଇକ ଆରୋହୀ ଙ୍କୁ ସାମ୍ନା ପଟୁ ଧକା ଦେଲା ଟ୍ରକ ଦୁର୍ଘଟଣାରେ ଯୁବକ ଗୁରୁତର,ନୂଆ ଜଗନ୍ନାଥ ସଡକ ଅବରୋଧ

ସଠିକ୍ ବ୍ୟୁରୋ : ନୂଆ ଜଗନ୍ନାଥ ସଡକ ନିରାକାରପୁର-ଲେଣ୍ଡୋ ମଧ୍ୟରେ ଥୂବା ମଦ ଦୋକାନ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ।ମୋଟର ସାଇକେଲ କୁ ଧକ୍କା ଦେଲା ଟ୍ରକ ।ଜଣେ ଯୁବକ ଗୁରୁତର ।ଗୁରୁତର ଯୁଵକ ଜଣଙ୍କ ଲେଣ୍ଡୋ ଗ୍ରାମର ସୁଶାନ୍ତ ସ୍ୱାଇଁ । ଗୁରୁତର ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ । ସୂଚନାରୁ ଜଣାପଡିଛି ଆଜି ସଂନ୍ଧ୍ୟା ସମୟରେ ଯୁବକ ଜଣଙ୍କ ଏକ ମୋଟର ସାଇକେଲ ଯୋଗେ ନିରାକାରପୁର ରୁ ଘରକୁ ଫେରୁଥିବା ସମୟରେ ଲେଣ୍ଡୋ ପଟୁ ନିରାକାରପୁର ପଟକୁ ଯାଉଥିବା ଏକ ଟ୍ରକ ସମ୍ମୁଖରୁ ଧକ୍କା ଦେବାରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି ।ଏହି ରାସ୍ତାଦେଇ ଦୈନିକ ଶହଶହ ଚୋରା ମାଙ୍କଡା ପଥର ବୋଝେଇ ଗାଡି ବେପାରୁଆ ଭାବରେ ଦ୍ରୃତ ଗତିରେ ଚଲାଇ ଥୁବାରୂ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ଓ ଦୁର୍ଘଟଣା ରେ ଗୁରୁତର ଆହତ ପରିବାର ସଦସ୍ୟ ମାନେ ନୂଆ ଜଗନ୍ନାଥ ସଡକ ଉପରେ ନିଆ୍ଁ ଜାଳି ଅବରୋଧ କରି ବସି ରହିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡିମୋଟର ଅଟକି ରହିଛି । ଏହି ରାସ୍ତା କଡରେ ଦୁଇ ଦୁଇଟି ମଦ ଦୋକାନ ଖୋଲିଥିବାରୁ ମଦ ପିଇ ଦୈନିକ ଦୁର୍ଘଟଣା ମାନ ଘଟୁଛି।ସ୍ଥାନୀୟ ନିରାକାରପୁର ପୋଲିସ ବିଳମ୍ବରେ ପହଞ୍ଚିବାରୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି ପ୍ରତିବାଦ କରିଛନ୍ତି ।

ରିପୋର୍ଟର : ଞାନ ରଞ୍ଜନ ଦାଶ (ଖୋର୍ଦ୍ଧା)

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp