ସଠିକ୍ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ । ନବ ଦିନାତ୍ମକ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି । ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣ ମୋଡ଼ ନେଇଛି । ଗତକାଲି ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ବାର ନିକଟରେ ପହଞ୍ଚିଛି ଦର୍ପଦଳନ ଓ ତାଳଧ୍ବଜ ରଥ । ଆଜି ସକାଳ ୯ ଟାରେ ନାକଚଣା ଦ୍ୱାର ନିକଟକୁ ଆସିବ ନନ୍ଦିଘୋଷ ରଥ । କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଓ ବର୍ଷା ବାଧକ ସାଜିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନାହିଁ । ଆଜି ସକାଳେ ନନ୍ଦିଘୋଷ ରଥକୁ ନାକଚଣା ଦ୍ୱାରକୁ ଟାଣି ଟାଣି ଆଣି ଦକ୍ଷିଣ ମୋଡ଼ କରିବେ ସେବାୟତ । ତେବେ ରଥ ବିଜେ ପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । ରଥଯାତ୍ରା ଦିନଠୁ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଉତ୍ତର ମୁହାଁ ହୋଇ ରହିଥିଲେ । ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇରହିବେ ତିନି ରଥ ।
ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ : ଆଜି ଦକ୍ଷିଣମୋଡ଼ ନେବ ନନ୍ଦିଘୋଷ ରଥ

