ଟ୍ରାକ୍ଟର ତଳେ ଚାପିହୋଇ ଚାଲିଗଲା ଜୀବନ

ସଠିକ୍ ବ୍ୟୁରୋ : ମୃତ୍ୟୁ କେତେ ବେଳେ କାହା ଭାଗ୍ୟରେ ଆସିବ କେହି କହିପାରିବେନି ହେଲେ ବାପା ସାମ୍ନାରେ ପୁଅ ଜୀବନ ଚାଲିଯିବା ଏହା ଠାରୁ କଷ୍ଟ କିଛି ନ ହୋଇପାରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ମାଗୁରା ପଞ୍ଚାୟତ ଗଣେଶ୍ୱରପୁର ଗ୍ରାମରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ରିଜକିଶୋର କାଣ୍ଡି । ଘଟଣା ରୁ ପ୍ରକାଶ ଯେ ଉକ୍ତ ଗ୍ରାମର ନିରଞ୍ଜନ ବିହାରୀ ନିଜ ଟ୍ରାକ୍ଟରରେ କାଦୁଅ ବିଲ ହଳ କରୁଥିବା ସମୟରେ ଟ୍ରାକ୍ଟର ଟି ଦବି ଯାଇଥିଲା ।

ସେହି ବାଟ ଦେଇ ଯାଉଥିବା ରାଜକିଶୋର କୁ ନିରଞ୍ଜନ ଡ଼ାକି କାଦୁଅ ଛଡ଼ାଇବାକୁ କହିବା ସହ ଗାଡ଼ିରେ ବସାଇଥିଲେ । ହେଲେ ଭାଗ୍ୟର ବିଡମ୍ବନା ଗାଡ଼ିଟି କାଦୁଆରୁ ଉଠିବା ପରିବର୍ତ୍ତେ ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ରିଜକିଶୋର କାଦୁଅ ଭିତରେ ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ । ଅନ୍ୟ ବିଲରେ କାର୍ଯ୍ୟ କରୁଥିବା ରାଜକିଶୋର ଙ୍କ ବାପା ପୁଅ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡ଼ାକି ବହୁ କଷ୍ଟରେ ଟ୍ରାକ୍ଟର ତଳୁ ଉଦ୍ଧାର କରି ତରନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp