ସଠିକ୍ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅବ୍ୟବସ୍ଥା ଭିତରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶନୀ କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ଆବାହକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ମଧ୍ୟ ଯୋଗ ଦେଇଥିଲେ ।କିନ୍ତୁ ସମସ୍ତ କାଉଁଷିଲର ଯୋଗ ଦେଇନଥିଲେ ତଥାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟ ଶୁଚୀ ଅନୁସାରେ ସକାଳ ୬ ଘଣ୍ଟ ସମୟରେ ପ୍ରଭାତ ଫେରି ୮ ଘଣ୍ଟ ସମୟରେ ବରପୁତ୍ର ମାନଙ୍କ ଉପରେ ପୁଷ୍ପମାଲ୍ୟାର୍ପଣ ପରେ ପରେ ପତାକା ଉତ୍ତଳନ ସାଧାରଣ ସଭା ପୋଷାକ ବିତରଣ ତା ସହିତ ପ୍ରସାଦ ସେବନ ର ମଧ୍ୟ ପ୍ରବନ୍ଧ କରାଯଇଥିଲା ।କିନ୍ତୁ ଦୃଭାଗ୍ୟ ର କଥା ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟ ଦେବା ଭୁଲିଗଲେ ସଂସାଦ ବିଧାୟିକ ଓ ଅଧ୍ୟକ୍ଷ । ୧୧ୱାର୍ଡ ର କାଉଁଷିଲର ଭଗବାନ ପାଢ଼ୀ ଏହା ଜାଣିଲା ପରେ ନିଜେ ଯାଇ ଦିବା ୧୧ଘଣ୍ଟା୧୩ ମିନଟ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ନିଜ ଫେସବୁକ ରେ ଏହାକୁ ପ୍ରସାର କରିଥିଲେ। ହେଲେ ଏହି କାର୍ଯ୍ୟକ୍ରମ ରେ ଏତେ ବ୍ୟସ୍ତ ଥିଲେ ଯେ ଗାନ୍ଧୀଜି ଙ୍କ କଥା ମଧ୍ୟ ମନ ପଡିଲାନି ରାଜନେତା ମାନଙ୍କର ।ତା ସହିତ ସକାଳ 8ଘଣ୍ଟ ରୁ ସ୍ଥାନୀୟ ଲୋକମାନକୁ ଡାକି ବସାଇଥିଲେ ମଧ୍ୟ ନାଁ ଜଳପାଣି ନାଁ ଜଳଖିଆ ବ୍ୟବସ୍ତା ମଧ୍ୟ କରିନଥିଲେ ଯାହା ଦୁର୍ଭାଗ୍ୟ ଜନକ ।ଏହି ଦାଇତ୍ୱ କାଳେ ବଳିୟା ନାମଙ୍କ ଯୁବକ ଙ୍କୁ ଅଧ୍ୟକ୍ଷ ଦେଇଥିବା ନେଇ ଶୁଣିବାକୁ ମିଳୁଛି ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
କୋଦଳା ଏନଏସି ରେ ଅବ୍ୟବସ୍ଥା ଭିତରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ(ଅଲୋଡ଼ା ହୋଇଗଲେ କି ଜାତିର ପିତା ମହାତ୍ମା ଗାନ୍ଧୀ)

