୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ପୁଷ୍କରା’କୁ ୨୦୨୩ ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ପୁରସ୍କାର

ସଠିକ୍ ବ୍ୟୁରୋ :  ଶୁକ୍ରବାର ଘୋଷିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ପୁଷ୍କରା’କୁ ୨୦୨୩ ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ପୁରସ୍କାର ମିଳିଛି। ସବ୍ୟସାଚୀ ମିଶ୍ର ଏବଂ ସୁପ୍ରିୟା ନାୟକ ଅଭିନୀତ ଏବଂ ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଲେଖକ ଶଙ୍କର ତ୍ରିପାଠିଙ୍କ ଓଡ଼ିଆ ଉପନ୍ୟାସ ‘ନାଦବିନ୍ଦୁ’ (୨୦୦୪) ଉପରେ ଆଧାରିତ। ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ‘ଯଓ୍ୱାନ’ ଫିଲ୍ମ ପାଇଁ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ସେହିପରି ‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି ।  ୨୦୨୩ ଗଣେଶ ପୂଜା ଦିନ ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

Leave a Reply

Your email address will not be published. Required fields are marked *