ସଠିକ୍ ବ୍ୟୁରୋ : ସୂଚନାଯୋଗ୍ୟ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି, ତାମଧ୍ୟରୁ ସିମୁଳିଆ ବ୍ଲକ ଅନ୍ୟତମ, ବନ୍ୟା ହେଲେ ସିମୁଳିଆ ଅଞ୍ଚଳର ଅଧିକାଂଶ ଅଞ୍ଚଳ ପାଣି ଘେରରେ ବୁଡ଼ି ଯାଇଥାଏ, ଯାହାଦ୍ୱାରା ଧନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥାଏ, ରାଜ୍ଯ ସରକାର ବାଲେଶ୍ବର ଜିଲ୍ଲାକୁ ବନ୍ୟା ଯୋଗୁଁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପାଇଁ ଏକ ସ୍ଵତନ୍ତ୍ର ଜରୁରୀକାଳୀନ ହେଲ୍ପଲାଇନ ନମ୍ବର-୧୦୭୭/୦୬୭୮୨-୨୬୨୨୮୬ ଜାରିକରାଯାଇଛି,ଏପଟେ ଉପର ମୁଣ୍ଡରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଦ୍ଵାରା କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ଫଳରେ ନଦୀକୁଳିଆ ଅଞ୍ଛଳର ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଯେହେତୁ କାଂଶବାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁ ନାହିଁ ଲୋକେ ନିଜର ବାସସ୍ଥାନ ଛାଡ଼ି କୁଆଡ଼େ ଯାଇ ନାହାଁନ୍ତି ଏପଟେ ସିମୁଳିଆ ବ୍ଲକ ତହସିଲଦାର ଶ୍ରୀଯୁକ୍ତ ସୁନୀଲ କୁମାର ଟୁଡୁ ସୂଚନା ଦେଇଛନ୍ତି ବାତ୍ୟା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।
ସିମୁଳିଆରୁ : ଅଜୟ କୁମାର ମହାନ୍ତି