ଜୁଲାଇ ୧୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ପୋଷାକ: ଦୁଇହଳ ଲେଖାଁଏ ଡ୍ରେସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ

ସଠିକ ବ୍ୟୁରୋ: ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାଦ ପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨ ହଳ ଲେଖାଏଁ ପୋଷାକ ମିଳିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପିଏମ ଶ୍ରୀ, ସମଗ୍ର ଶିକ୍ଷା, ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ । ସମସ୍ତ ଛାତ୍ରଙ୍କୁ ପୂର୍ବ ନିର୍ଦ୍ଧାରିତ ରଙ୍ଗର ପ୍ୟାଣ୍ଟ ଓ ଧଳା ସାର୍ଟ ଦିଆଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍ ଓ ଷଷ୍ଠରୁ ଅଷ୍ଟମ ଛାତ୍ରୀଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢଣୀ ଦିଆଯିବ । ବିଦ୍ୟାଳୟକୁ ଏଥିପାଇଁ ଅର୍ଥ ପ୍ରଦାନ କରାଯିବ । ଟେଲରିଂ ୟୁନିଟ୍ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ପୋଷାକ କିଣାଯାଇ ବିଦ୍ୟାଳୟରେ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *