ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା: ସିଡବ୍ଲୁସି କାର୍ଯ୍ୟାଳୟର ସଭ୍ୟଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ସଠିକ୍ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ସିଡବ୍ଲୁସି କାର୍ଯ୍ୟାଳୟର ସଭ୍ୟ ବିବେକାନନ୍ଦ ବଳଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ସେହି କାର୍ଯ୍ୟାଳୟର ସାମାଜିକ କୋଅର୍ଡିନେଟର ମହିଳା । ଯୁବତୀ ଜଣକ ଭୁବନେଶ୍ୱର ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଏଠାରେ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ ଚାଲାଣ, ବାଲ୍ୟ ବିବାହ ରୋକିବା ନିମନ୍ତେ ଜଗତସିଂହପୁର ଜିଲ୍ଲାରେ କୋଅର୍ଡିନେଟର ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । ସେ ଏହି କାର୍ଯ୍ୟାଳୟ ପରିସରରେ ଏକ କ୍ଵାର୍ଟର୍ସରେ ରୁହନ୍ତି । ଯୁବତୀ ଜଣକ ଏକୁଟିଆ ରହୁଥିବାର ସୁଯୋଗ ନେଇ ସିଡବ୍ଲୁସି ସଭ୍ୟ ବିବେକାନନ୍ଦ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦାଏର ମଧ୍ୟ କରାଯାଇଛି ।ସମ୍ପୃକ୍ତ ଅଭିଯୁକ୍ତକୁ ଜଗତସିଂହପୁର ପୋଲିସ ନିଜ ହେପାଜତରେ ରଖି ତଦନ୍ତ ଚଳାଇଛି । ସିଡବ୍ଲୁସି ସଭ୍ୟ ବିବେକାନନ୍ଦଙ୍କ ନାମରେ ପୂର୍ବରୁ ମଧ୍ୟ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷଙ୍କ ନିକଟରେ ଦୀର୍ଘଦିନ ଧରି ପୀଡିତା ଅଭିଯୋଗ କରିଥିଲେ ସୁଦ୍ଧା କଣ ପାଇଁ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଏହି ଘଟଣାକୁ ଚାପି ରଖୁଥିଲେ ତାହା ତଦନ୍ତ ସାପେକ୍ଷ ।

Leave a Reply

Your email address will not be published. Required fields are marked *