ରୋୟାଲ ଗ୍ରୁପ ଅଫ ସ୍କୁଲ ଓ ଆପଣ ଏକା ନୁହଁନ୍ତି ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ

ସଠିକ ବ୍ୟୁରୋ : ବନ ମହୋତ୍ସବ ସପ୍ତାହ ଅବସରରେ ଆଜି “ଆପଣ ଏକା ନୁହଁନ୍ତି ଟ୍ରଷ୍ଟ” ଏବଂ ରୋୟାଲ ଗ୍ରୁପ ଅଫ ସ୍କୁଲ ପକ୍ଷରୁ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା ପରେ ଗାଁ ଗାଁ ବୋଲି ଲୋକ ମାନଙ୍କୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କେତେ ଜରୁରୀ ଏବଂ ଆବଶ୍ଯକ ସଚେତନ ବାର୍ତ୍ତା ମାଧ୍ୟମରେ ବୁଝାଇବା ସହିତ ବିଭିନ୍ନ ପ୍ରକାରର ଫୁଲ, ଫଳ ଚାରା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ରୟାଲ୍ ଗ୍ରୁପ ଅଫ ସ୍କୁଲର ଚେୟାରମ୍ୟାନ ଶ୍ରୀଯୁକ୍ତ ବିଷ୍ନୁମୋହନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ନିର୍ଦେଶକ – ପଦ୍ମଲୋଚନ ଦାଶ ,ପ୍ରିନ୍ସିପାଲ – ଦୟାନିଧି ଗିରି ,ଭାରପ୍ରାପ୍ତ ପ୍ରଧାନଶିକ୍ଷକ -ରଶ୍ମିରଂଜନ ସ୍ୱାଇଁ ,ପରିଚାଳକ – ରଞ୍ଜନ କୁମାର ମହାନ୍ତି ଅଫିସ ପରିଚାଳକ -ଧିଲନ କୁମାର ମହାନ୍ତି ,ମହେନ୍ଦ୍ର କୁମାର ଦାସ ଏବଂ ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ ସଂଗଠନ ପକ୍ଷରୁ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟ ମେମ୍ବର ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରିପୋର୍ଟର : ଅଜୟ କୁମାର ମହାନ୍ତି(ସିମୁଳିଆ )

Leave a Reply

Your email address will not be published. Required fields are marked *