କଟକ-ପାରାଦ୍ବିପ ରାଜପଥ କୁଜଙ୍ଗ ଠାରେ ଦ୍ରୁତଗାମୀ ଗୋଡି ବୋଝେଇ ଟ୍ରକ୍ ଧକ୍କାରେ ବାପା-ଝିଅଙ୍କ ମୃତ୍ୟୁ

ସଠିକ୍ ବ୍ୟୁରୋ : କଟକ-ପାରାଦୀପ ରାଜ୍ୟ ରାଜପଥର କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ୯ ବର୍ଷର ଝିଅର ମୃତ୍ୟୁ ହୋଇଛି । କୁଜଙ୍ଗ ଥାନା ଅନ୍ତର୍ଗତ ବେଲପୁର ଗ୍ରାମର ବାସିନ୍ଦା ରାଜକିଶୋର ବିଶ୍ୱାଳ ଏବଂ ଲୋରି ବିଶ୍ୱାଳ ପାରାଦୀପ ରିଫାଇନାରୀର ଡିପିଏସ୍ ସ୍କୁଲରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ କଟକରୁ ପାରାଦୀପ ଆସୁଥିବା ଏକ ଗୋଡି ବୋଝେଇ ଟ୍ରକ୍ (OD 09 7255) ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ରେ ଥିଲା ଯେ ସେମାନଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟଣାସ୍ଥଳେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଥିଲା, ପ୍ରତିବାଦରେ ସ୍ଥାନୀୟ ଲୋକମାନେ କଟକ-ପାରାଦୀପ ରାଜପଥ ଅବରୋଧ ମଧ୍ୟ କରିଥିଲେ । ଅବରୋଧ ଯୋଗୁଁ ଗମନା ଗମନ ରେ ବ୍ୟାପକ ବାଧା ସୃଷ୍ଟି ହୋଇଥିଲା, ଯାହା ଫଳରେ ପୋଲିସ ହସ୍ତକ୍ଷେପ କରି ଆନ୍ଦୋଳନକାରୀଙ୍କୁ ଶାନ୍ତ କରିଥିଲା । କର୍ତ୍ତୃପକ୍ଷ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ବେପରୁଆ ଡ୍ରାଇଭରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *