ପାରିବାରିକ କଳହରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସଠିକ୍ ବ୍ୟୁରୋ : ପାରିବାରିକ କଳହରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଯୁବକ ଆହତ । ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମଶାଣିଆ ଗ୍ରାମର ଶୁଶାନ୍ତ କୁମାର ଜୟସିଂହଙ୍କ ସହିତ ଉକ୍ତ ଗ୍ରାମର ବସନ୍ତ କୁମାର ଜୟସିଂହ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଥିଲା । ପୂର୍ବ ବିବାଦକୁ କେନ୍ଦ୍ର କରି ଗତକାଲି ରାତିରେ ବସନ୍ତ ଜୟସିଂହଙ୍କ ପରିବାରର ୭/୮ଜଣ ମିଶି ସଂଘବଦ୍ଧ ଭାବରେ ଶୁଶାନ୍ତ ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିଛନ୍ତି । କଟୁରୀ ଚୋଟ ଆକ୍ରମଣରେ ଶୁଶାନ୍ତମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅଭିଯୁକ୍ତ ମାନେ ମାରଣାସ୍ତ୍ର ଧରି ବଳପୂର୍ବକ ଘରେ ପଶି ଦୁଇଟି ମୋଟର ସାଇକେଲ ଫ୍ରିଜ,ବାସନକୁସନ ଓ ଅନ୍ୟାନ୍ୟ ଘରକରଣା ଜିନିଷପତ୍ର ଭଗାଂ ରୁଜା କରି ଘଟୁ ଟଙ୍କା ପଇସା ସମେତ କେତେକ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରୁଛି,ହେଲେ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।

ରିପୋର୍ଟର :  ଞାନ ରଞ୍ଜନ ଦାଶ(ଖୋର୍ଦ୍ଧା)

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp