ଏରସମାରେ ଶୋକର ଛାୟା ଯୁବଡାକ୍ତର ମୁକ୍ତି ରଞ୍ଜନ ଗୋଚ୍ଛାୟତ ଙ୍କ ଆକସ୍ମିକ ପରଲୋକ

ସଠିକ୍ ବ୍ୟୁରୋ :  ଏରସମା ବ୍ଲକ ବିଜୁ ଜନତାଦଳର ର ସଭାପତି ତଥା 3ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ ପୀତବାସ ଗୋଚ୍ଛାୟତ ଙ୍କ ସୁପୁତ୍ର ମୁକ୍ତି ରଞ୍ଜନ ଗୋଚ୍ଛାୟତ ଙ୍କ ଆକସ୍ମିକ ଭାବେ ପରଲୋକ ହୋଇଯାଇଛି  । ଏହି ଖବର ଏରସମା ବ୍ଲକ ଜପା ପଂଚାୟତ ର କାଳିଆକଣ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି  । ସେ ରୁଷିଆ ରୁ ଡାକ୍ତର ପାଠ ପଢି କିଛି ଦିନ ହେବ ଓଡିଶା କୁ ଆସିଥିଲେ. ।

ନିଜ ବାସଭବନ ତିର୍ତୋଲ ଠାରେ ଆକସ୍ମିକ ଦେହ ଖରାପ ହେବାରୁ ନିକଟସ୍ତ ଡାକ୍ତର ଖାନା ତିର୍ତୋଲ କୁ ନେଇ ଥିଲେ… ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ସୂଚନା ରୁ ଜଣା ପଡିଛି ଯେ ଆସନ୍ତା କାଲି ଏରସମା ରେ ଯୁବ ଡାକ୍ତର ପଦରେ ଯୋଗ ଦେଇଥାନ୍ତେ  । ଆକସ୍ମିକ ଭାବରେ ମୃତ୍ୟୁ କୁ କେହିବି ବିଶ୍ୱାସ କରିପାରୁନାହାନ୍ତି। ଗତ କାଲି ତାଙ୍କର ପାର୍ଥିବ ଶରୀର କୁ ତାଙ୍କର ପରିବାର ବର୍ଗ ଓ ଜ୍ଞ୍ୟାତି କୁଟୁମ୍ବ ଓ ନିଜର ପରିଜନ ବର୍ଗ ପୁରୀ ସ୍ଵର୍ଗଦ୍ଵାର ନେଇ ଶେଷ କୃତ ସମ୍ପନ୍ନ କରିଛନ୍ତି  ।

Leave a Reply

Your email address will not be published. Required fields are marked *