ଏଫଏମ କଲେଜ ନିକଟ ତାରିଣୀ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ : ପୀଡିତା ନା ଅନ୍ୟ କିଏ ତେଲ ଟାଙ୍କିରୁ ନେଇଥିଲେ ପେଟ୍ରୋଲ, ଚାଲିଛି ଯାଞ୍ଚ

ସଠିକ୍ ବ୍ୟୁରୋ  : ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍  । ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ଜବତ କରିଛି ।  ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ  ।  ଘଟଣା ଦିନ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ସ୍କୁଟିରେ ଆସି ପେଟ୍ରୋଲ ନେଇଥିବା ସୂଚନା ମିଳିଛି  ।  ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ତେବେ ପେଟ୍ରୋଲ କାହିଁକି ନେଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି  ।

Leave a Reply

Your email address will not be published. Required fields are marked *