ସଠିକ୍ ବ୍ୟୁରୋ : ଗତବର୍ଷ ଅପେକ୍ଷା ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଋତୁ ପରବର୍ତ୍ତନରେ ଘରେ ଘରେ ଏବେ ଜ୍ବର ବ୍ୟାପିଛି । ଥଣ୍ଡା, ଜ୍ବର ଓ କାଶରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ଭୁବନେଶ୍ବର ଭଳି ସ୍ମାର୍ଟ ସହର ରେ ଏଯାଏ ୨୦୮ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ମ୍ୟାଲେରିଆ ଓ ଡେଙ୍ଗୁ ବୃଦ୍ଧି ପାଇଁ ମଶା ବଂଶ ଯେମିତି ଅନାଇ ବସିଛନ୍ତି ସହରରେ ଥିବା ଆବର୍ଜନା । ବଅଁରପାଳରେ ମ୍ୟାଲେରିଆରେ ୧୨ଜଣ ଆକ୍ରାନ୍ତ ହୋଇଥିବାବେଳେ । ଆଠମଲ୍ଲିକ, ପାଲଲହଡ଼ା ଓ ଖଣି ପ୍ରବଣ ତାଳଚେରରେ ସ୍ଥିତି ମଧ୍ୟ ସାଙ୍ଘାତିକ । ସେହିଭଳି ରାୟଗଡ଼ା ଓ କନ୍ଧମାଳରେ ବି ଘରେ ଘରେ ମ୍ୟାଲେରିଆ ବ୍ୟାପିଲାଣି । ସେହିଭଳି ସହରାଞ୍ଚଳରେ ମଧ୍ୟ ଆତଙ୍କ ଖେଳାଉଛି ଡେଙ୍ଗୁ । ୫ଟି ଡେଙ୍ଗୁ ହଟସ୍ପଟକୁ ଚିହ୍ନଟ କରିଛି ବିଏମସି । ଡେଙ୍ଗୁ ଦମନ ବଡ ଚ୍ୟାଲେଞ୍ଜ୍ ହୋଇଛି । ସମ୍ବଲପୁରରେ ପ୍ରତିଦିନ ମୁଖ୍ୟ ଚିକିତ୍ସାଳୟକୁ ୮୦୦ରୁ ୯୦୦ ଜ୍ବରରେ ଆକ୍ରାନ୍ତ ଆସୁଛନ୍ତି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି । ଗାଁରେ ୭ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ଜଣ୍ଡିସର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେହିଭଳି ବଡମ୍ବା ବ୍ଲକରେ ଜଣ୍ଡିସ କାୟା ମେଲାଇଛି । ୧୪ ଜଣ ଜଣ୍ଡିସ ଆକ୍ରାନ୍ତ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଥଣ୍ଡା, ମ୍ୟାଲେରିଆ ଓ ଜଣ୍ଡିସ ହେଲେ ସାଙ୍ଗ ସାଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ସ୍ମାର୍ଟ ସହର ଭୁବନେଶ୍ୱର ରେ ମ୍ୟାଲେରିଆ ଓ ଡେଙ୍ଗୁ ବଢ଼ାଇଲାଣି ଚିନ୍ତା

