ଛଣଗିରି ଲୁଟ ଘଟଣା ରେ ଚାରି ଅଭିଯୁକ୍ତ ଙ୍କୁ ଧରିବାରେ ଖୋର୍ଦ୍ଧା ପୋଲିସ ସଫଳ

ସଠିକ୍ ବ୍ୟୁରୋ :  ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ରୁ , ଲୁଟ ଘଟଣା ରେ ଚାରି ଅଭିଯୁକ୍ତ ଙ୍କୁ ଧରିବା ସଙ୍ଗେ ସଙ୍ଗେ ସେମାନଙ୍କ ଠାରୁ ୯୦୦ଗ୍ରାମ ସୁନା, ୨୩୬୩ ଗ୍ରାମ ରୂପେ, ୯.୪୫ ଲକ୍ଷ ଟଙ୍କା, ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ ।ଗତ ମାସ ୨୪ ଅଗଷ୍ଟ ରେ ଘଟିଥିଲା ଏ ଘଟଣା । ଅଭିଯୋଗକାରିଣୀ ଅରୁନ୍ଧତୀ ସାହୁ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ମାନେ ୧୧.୫୦୦ ଗ୍ରାମ ସୁନା , ୫କେଜି ରୂପା ଯାହାର ମୂଲ୍ୟ ୧୧କୋଟି ୫୫ ଲକ୍ଷ ଟଙ୍କା । ଏହି ଲୁଟେରା ଗ୍ୟାଙ୍ଗ ରେ ୧୦ ଜଣ ସଂପୃକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ଙ୍କ ଠାରୁ ୯୦୦ଗ୍ରାମ ସୁନା, ୨୩୬୩ ଗ୍ରାମ ରୂପେ, ୯.୪୫ ଲକ୍ଷ ଟଙ୍କା, ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ଜଙ୍କିଆ ପୋଲିସ ।ଏହି ରାକେଟ ର ପର୍ଦ୍ଦାଫାଶ ପାଇଁ ଏକ ମିଳିତ ଟିମ୍ କେନ୍ଦ୍ରାଞ୍ଚଳ ଡି ଆଇ ଜି ଡଃ ସତ୍ୟଜିତ ନାୟକ, ଖୋରଧା ଏସ୍ ପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସ୍ ପି ଶ୍ରୀନିବାସ ମାହାନ୍ତି ଙ୍କ ନେତୃତ୍ୱରେ ଏସଡିପିଓ, ଖୋରଧା , ବାଲୁଗାଁ, ଜଂକିଆ, ସଦର, ନିରାକାର ପୁର, ବାଲୁଗାଁ, ବାଣପୁର ଟାଙ୍ଗି ଓ ଖୋରଧା, ନୟାଗଡ, କଟକ, ପୁରୀ ଜିଲ୍ଲା ର ସ୍ପେସିଆଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା ଓ ଏହି କେସ ର ସଫଳତା ପାଇଁ ଇନଭେଷ୍ଟିଗେସନ ରେ ସହଯୋଗ କରିଥିବା ଏସ୍ ପି ନୟାଗଡ, କଟକ ( ଗ୍ରାମାଞ୍ଚଳ) , ପୁରୀ ଓ ଡି ସିପି , ୟୁପିଡି କଟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରାଞ୍ଚଳ ଡି ଆଇ ଜି ଡଃ ସତ୍ୟଜିତ ନାୟକ ।

ରିପୋର୍ଟର : ଞାନ ରଞ୍ଜନ ଦାଶ (ଖୋର୍ଦ୍ଧା)

Leave a Reply

Your email address will not be published. Required fields are marked *