ସଠିକ୍ ବ୍ୟୁରୋ : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ବଡ଼ ଭାଇ ପ୍ରେମାନନ୍ଦ ନାଏକଙ୍କ ଫାଉଡା ଚୋଟରେ ସାନ ଭାଇ ଲିଙ୍ଗରାଜ ଙ୍କ ଜୀବନ ଯାଇଛି । ସୂଚନା ଥାଉ କି ଦୀର୍ଘ ଦିନରୁ ଚାଷ ଜମିକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ରହିଥିବା ବେଳେ ଆଜି ତାଙ୍କ ଚାଷ ଜମି ନିକଟରେ ବଡ଼ ଭାଇ ପ୍ରେମାନନ୍ଦ ଫାଉଡାରେ ନିଜ ସାନ ଭାଇ ଲିଙ୍ଗରାଜ ର ମୁଣ୍ଡରେ ମାରିଥିବା ବେଳେ ଘଟଣା ସ୍ଥଳରେ ହିଁ ଲିଙ୍ଗରାଜ ର ମୃତ୍ୟୁ ହୋଇଥିଲା । ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ସାଇଣ୍ଟିଫିକ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ ଲିଙ୍ଗରାଜ ର ସ୍ତ୍ରୀ ଏ ନେଇ ଜୁନାଗଡ଼ ଥାନାରେ ଏତଲା ଦେଇ ଥିଲା । ଅଭିଯୋଗ କୁ ଭିତ୍ତି କରି ଜୁନାଗଡ଼ ଥାନା କେଶ ନମ୍ବର ୫୧୩/୨୫ ରେ ଏକ ମାମଲା ରୁଜୁ କରି ମୃତ ଲିଙ୍ଗରାଜ ର ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନା କୁ ନେଇଥିଲେ କିନ୍ତୁ ସନ୍ଧ୍ୟା ହୋଇଥିବାରୁ ଆସନ୍ତାକାଲି ଶବ ବ୍ଯବଚ୍ଛେଦ ହେବ ବୋଲି ଜଣା ପଡିଛି । ଅଭିଯୁକ୍ତ ପ୍ରେମାନନ୍ଦ କୁ ଜୁନାଗଡ଼ ପୋଲିସ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ସୂଚନା ଦେଇଛନ୍ତି ।
ରିପୋର୍ଟର : ସୌମ୍ୟ ରଞ୍ଜନ ନାଏକ (କଳାହାଣ୍ଡି)

