ମାତିଛନ୍ତି ଭଣ୍ଡ ବାବା,ଦେହରେ ବିଭୁତି ଓ ବେକରେ ମାଳା ପକାଇ ଠକୁଛନ୍ତି ଭଣ୍ଡବାବା,୬ ବାବା ଙ୍କୁ ଅଟକ ରଖିଛି ଧର୍ମଗଡ ପୋଲିସ

ସଠିକ୍ ବ୍ୟୁରୋ : ଭଣ୍ଡ ବାବା ଏବେ ଧର୍ମଗଡ ରେ ଡେରା ପକେଇବା ଆରମ୍ଭ କରି ଦେଲେଣି ।ଦେହରେ ବିଭୁତି ଓ ବେକରେ ମାଳା ପକାଇ ରାଜ ରାସ୍ତାରେ ଲୋକଙ୍କୁ ଠକୁଛନ୍ତି ଭଣ୍ଡବାବା । ଏମିତି ଏକ ଘଟଣା ଘଟିଛି ଧର୍ମଗଡ ରେ। ଉତ୍ତରପ୍ରଦେଶ ରୁ ଆସିଥିବା ୬ ଭଣ୍ଡ ବାବା ଙ୍କୁ ଥାନା ରେ ଅଟକ ରଖି ପଚରା ଉଚୁରା କରୁଛି ଧର୍ମଗଡ ପୋଲିସ । ସୂଚନା ଥାଉ କି ଏହି ଭଣ୍ଡ ବାବା ମାନେ ପୁରୀ ଯାଇଥିବା ବେଳେ ପୁରୀ ରୁ ଧର୍ମଗଡ ଆସିଥିଲେ । ପ୍ରଥମେ ସେମାନେ ଧର୍ମଗଡ ବିଧାୟକଙ୍କ ଘର ଓ ରାଜ ହଟେଲ କୁ ପହଞ୍ଚି ଥିଲେ ସେଠାରେ ବିଫଳ ହେବା ପରେ ବିଭିନ୍ନ ଆଲ ଦେଖାଇ କନାଗାଁ ସରପଞ୍ଚ ଓ କାଙ୍କେରୀ ସରପଞ୍ଚ ଙ୍କ ଠାରୁ ୨୫ଶହ ଓ ପାଞ୍ଚ ହଜାର ଟଙ୍କା ଭଣ୍ଡ କରିଥିଲେ । ପରେ ଏମାନେ ସନ୍ଧିକୁଲିହାରୀ ସ୍ଥିତ ଏକ ଦୋକାନ ଘରୁ ପନିର ଓ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଚୋରୀ କରି ନେଉଥିବା ବେଳେ ଦୋକାନ ମାଲିକ ଦେଭୋଗ ଅଞ୍ଚଳରୁ ଜେରା କରି ଦେଭୋଗ ଥାନା ରେ ଜିମା ଦେଇଥିଲେ ।ପରେ ଦେଭୋଗ ପୋଲିସ ଭଣ୍ଡ ବାବା ମାନଙ୍କୁ ଧର୍ମଗଡ ଥାନାରେ ଜିମା ଦେଇଥିବା ବେଳେ ପୋଲିସ ଭଣ୍ଡ କରିଥିବା କନାଗାଁ ଓ କାଙ୍କେରୀ ସରପଞ୍ଚ ଙ୍କୁ ପଇସା ଫେରସ୍ତ କରିବା ପାଇଁ କହିଥିଲେ  । ଉଭୟ ସରପଞ୍ଚ ଙ୍କୁ ପଇସା ମଧ୍ୟ ଫେରସ୍ତ କରିଥିଲେ। ଧର୍ମଗଡ ଅଞ୍ଚଳରେ ଏଭଳି ଘଟଣା ଘଟିବାରୁ ଛାନିଆ ହେଉଛନ୍ତି ଲୋକେ । ତେବେ ଭଣ୍ଡ ବାବା ମାନେ ହେଲେ ଉତ୍ତର ପ୍ରଦେଶ ରାଜ୍ୟ ର ମୁକେଶ କୁମାର, ସୀତାରାମ ଯୋଶୀ, ସୁରେଶ କୁମାର, କ୍ରିଷ୍ଣା ଗିରି, ଗଣେଶ ଗୋସ୍ୱାମୀ, ଏବଂ ଗାଡି ଚାଳକ ସୁବାଷ ଯାଦବ ବୋଲି ସେମାନଙ୍କ ଆଧାର କାର୍ଡ ରୁ ଜଣା ପଡିଛି  । ଏ ପର୍ଯ୍ୟନ୍ତ ପୋଲିସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

 

ସୌମ୍ୟ ରଞ୍ଜନ ନାଏକ(କଳାହାଣ୍ଡି)

Leave a Reply

Your email address will not be published. Required fields are marked *