ସଠିକ୍ ବ୍ୟୁରୋ : ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ । ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିବାରେ ବୋହି ଆଣିବାବେଳେ ରାସ୍ତାରେ ନବଜାତକ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଧର୍ମଗଡ଼ ଉପଖଣ୍ଡ ଆମପାଣି ପଞ୍ଚାୟତର ସର୍ଗିପାନୀ ଗାଁରେ ଦେଖିବାକୁ ମିଲିଛି । ଆମପାଣି ପଞ୍ଚାୟତ ସର୍ଗିପାନି ଗାଁ ଜଙ୍ଗଲ ମଧ୍ୟରେ ରହିଥିବାବେଳେ ଜଙ୍ଗଲ ରାସ୍ତାରେ ଆମ୍ବୁଲାନ୍ସ ଯିବା ସମ୍ଭବ ହେଉନାହିଁ, ଫଳରେ ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହେବା ଘଟଣା ଏହି ଅଞ୍ଚଳ ପାଇଁ ନୂଆ ନୁହେଁ । ଆଜି ପୁଣି ଜଣେ ଜନନୀଙ୍କୁ ପ୍ରସବ ବେଦନା ହେବାରୁ ପୁଣି ଖଟିଆରେ ବୁହା ହୋଇଛି । ସର୍ଗିପାନିର ଚକ୍ର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶା କର୍ମି ଉର୍ମିଳା ଠାକୁର ଙ୍କୁ ଖବର ଦେଇଥିଲେ, ଆଶା କର୍ମି ୧୦୨ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ, ତେବେ ସର୍ଗିପାନି କୁ ରାସ୍ତା ନଥିବାରୁ ପ୍ରାୟ ୩ କିମି ରାସ୍ତା ବୁହା ହୋଇ ଅଣାଯିବା ବାଟରେ ଏକ ଶିଶୁ ସନ୍ତାନ କୁ ଜନ୍ମ ଦେଇଥିଲେ ମହିଳା । ପରେ ତାଙ୍କୁ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡିଛି ।
ରିପୋର୍ଟର : ସୌମ୍ୟ ରଞ୍ଜନ ନାଏକ (କଳାହାଣ୍ଡି)