ବେଗୁନିଆପଡ଼ା ରେ ଅଙ୍ଗନୱାଡ଼ି ସଂଘ ଗଠିତ

ସଠିକ୍ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅଂଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କୁ ନେଇ ଏକ ବ୍ଲକ୍ ସ୍ତରୀୟ ସଂଘ ଗଠିତ ହୋଇଯାଇଛି । ଆଜି କୋଦଳା ସ୍ଥିତ ଶ୍ରୀ ଦଣ୍ଡିଶ୍ୱର ଶୈବ ପୀଠ ପରିସରରେ ଗଞ୍ଜାମ ଜିଲ୍ଲା ବି ଏମ ଏସ ସଂଘ ର ସଭାନେତ୍ରୀ ହେମଲତା ମହାନ୍ତି ସମ୍ପାଦିକା ସୁଶ୍ରୀ ବାସନ୍ତୀ ପ୍ରଧାନ ଙ୍କ ଉପସ୍ଥିତିରେ ବେଗୁନିଆପଡ଼ା ବ୍ଳକ୍ ଅଂଚଳ ରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ନେଇ ଏକ ବ୍ଲକ୍ ସ୍ତରୀୟ ସଂଘ ଗଠିତ ହୋଇଯାଇଛି । ଏଥିରେ ସଭାନେତ୍ରୀ ଭାବେ ବୀଣାପାଣି ମିଶ୍ର, ଉପସଭାନେତ୍ରି ଭାବେ ସୁମତି ରାଣୀ ସାହୁ, ସମ୍ପାଦିକା ଭାବେ ଦେବଯାନୀ ଦାଶ,ସହ ସମ୍ପାଦିକା ଭାବେ ରିତାରାଣି ମିଶ୍ର ,କୋଷାଧ୍ୟକ୍ଷ ଭାବେ ବିଜୟ ଲକ୍ଷ୍ମୀ ପଣ୍ଡା, ସୁଜାତା ପାଢ଼ୀ , ଆବାହିକା ବିଜୟ ଲକ୍ଷ୍ମୀ ଦାଶ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପେଦେଷ୍ଟା ଭାବେ ଅଜୟ କୁମାର ମିଶ୍ର, ନାରାୟଣ ସୁମନ୍ତରାୟ, ଦେବରାଜ ସ୍ବାଇଁ, ଭଗବାନ ପାଢ଼ୀ, ନୀଳାଚଳ ନାୟକ, ଗୋବିନ୍ଦ ପଣ୍ଡା, କନ୍ଧ ସେଠୀ, ସୋମନାଥ ନାହାକ, କେଦାର ସ୍ବାଇଁ, ଭାସ୍କର ପାଢ଼ୀ, ସଂଯୁକ୍ତା ଗୌଡ ଙ୍କୁ ଚୟନ କରା ଯାଇଥିଲା । ଏହି ବ୍ଳକ୍ ଅଂଚଳ ରେ କାର୍ଯ୍ୟରତ ୩୫୦ ରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ଉପସ୍ଥିତ ଥିଲେ । ଶେଷରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟର :  ସନ୍ତୋଷ କୁମାର ସେଠୀ (ଗଞ୍ଜାମ)

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp