ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ବସ ଷ୍ଟାଣ୍ଡ ବଜାର ଛକ ପରେ ବାପା ପୁଅ କୁ ସଂଘବଧ ଆକ୍ରମଣ l ଆକ୍ରମଣ ରେ ଗ୍ରାମ ର ଗଣେଶ ସାହୁ ନାମକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କ ପୁଅ ସାଗର ସାହୁ ଆହାତ ହୋଇଛି l ଉଭୟ ଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ପରେ ଗୁରୁତର ଙ୍କୁ ବ୍ରହ୍ମପୁର ମାଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଉଭୟ ବାପା ପୁଅ ବାଇକ ଯୋଗେ ନିଜ ଘର କୁ ଯିବା ସମୟରେ ଆଠଗଡ଼ ପାଟଣା ମୁଖ୍ୟ ବଜାର ଛକ ଠାରେ ଦଶ ରୁ ଉର୍ଦ୍ଧ ବ୍ୟକ୍ତି ଗାଡିକୁ ଧକ୍କା ମାରିବା ସହ ଖଣ୍ଡା,କାତି ରେ ଆକ୍ରମଣ କରିଥିଲେ l ଆକ୍ରମଣ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ମଦ ବ୍ୟବସାୟ କୁ କେନ୍ଦ୍ରକରୀ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି l ତେବେ ଆଠଗଡ ପାଟଣା ରେ ତିନି ମାସ ପୂର୍ବେ ଗୋଟିଏ ହତ୍ୟା କାଣ୍ଡ ଘଟିଥିବା ବେଳେ ବର୍ତ୍ତମାନ ସଂଘବଧ ଆକ୍ରମଣ ଘଟଣା ପୋଲିସ ପାଇ ଚାଲେଞ୍ଜ ସୃଷ୍ଟି କରିଛି l ତେବେ ଆକ୍ରମଣ ଘଟଣା ଖବର ପାଇ କବିସୂର୍ଯ୍ୟନଗର ପୋଲିସ ମେଡିକାଲ ରେ ପହଞ୍ଚି ତଦନ୍ତ ଚଳାଇଛି l
ରିପୋର୍ଟର : ସନ୍ତୋଷ କୁମାର ସେଠୀ (ଗଞ୍ଜାମ )