ବାଂଲାଦେଶୀଙ୍କୁ କିଏ ଦେଉଛି ଆଶ୍ରୟ ?

ମାଳ ମାଳ ବାଂଲାଦେଶୀ, ଆଧାର କାର୍ଡ ନକଲି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଛନ୍ତି କିଏ । ଯୋଗାଇ ଦିଆଯାଉଛି ଜାଲ ଆଧାର । ଚିନ୍ତା ବଢାଇଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଦଲାଲ୍ ସାହାଯ୍ୟରେ ବଢିଯାଉଛନ୍ତି ବାଂଲାଦେଶୀ । ଭୋଟ୍ ଲୋଭରେବିଭିନ୍ନ ସ୍ଥାନରେ ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ବିଭିନ୍ନ ଦଳର ନେତା ଯୋଗାଇ ଦେଇଥିବା ବେଳେ ସେମାନଙ୍କ ପାଇଁ ବସ୍ତି ଗଢ଼ିଛନ୍ତି । ରାଜ୍ୟର ଟାର୍ଗେଟ୍ ରେ ବିଦେଶୀ ଭଳି ଅଣନାଗରିକ କିନ୍ତୁ କୁଜିନେତାଙ୍କ ଜରିଆରେ ଫାଇଦା ଉଠାଇଛନ୍ତି । ନେତାଙ୍କ ବଳରେ ଅଣନାଗରିକ ବଳବାନ ହେଉଛନ୍ତି। ଏହି ଏପରିକି ରାସନ୍ କାର୍ଡ ଇ-କେୱାଇସି ସମୟରେ ମଧ୍ୟ ବାଂଲାଦେଶୀ ନାଗରିକଙ୍କୁ ବାଦ୍ ଦିଆଯାଏ ପାଇ ପାରି ନଥିବା ଜଣାପଡ଼ିଛି। ବାଲିଆପାଳ ବ୍ଲକ ବାଂଲାଦେଶ ସଂଖ୍ୟା କେତେ । କୁଜି ନେତାଙ୍କ ଛତ୍ରଛାୟା ତଳେ ସ୍ଥାନୀୟ ବାସିନ୍ଦା ହେବା ପାଇଁ ସରକାରୀ ସୁବିଧା ସହିତ ହାତେଇଛନ୍ତି ପ୍ରମାଣ ପତ୍ର। ଅନୁପ୍ରବେଶକାରୀଙ୍କ ପାଇଁ ଏସ,ପି ଜାରି ପରେ ବାଲିଆପାଳ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଚାପା ଉତ୍ତେଜନା ଦେଖାଦେଇଛି। । ଏହି ଅନୁପ୍ରବେଶକାରୀଙ୍କର ଦୂବ୍ୟବହାର ,ଛିନତାଇ, ମାରପିଟ୍ ଚୋରି,ପ୍ରଭୃତି ଅସାମାଜିକ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ତିନି ବର୍ଷ ତଳେ ରାସ୍ତା ରୋକ କରି ଆନ୍ଦୋଳନ କରିବା ସହିତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ କୋର୍ଟରେ ଆଶ୍ରୟ ନେଇଥିଲେ ମାତ୍ର ତାହା କେବଳ କାଗଜ କଲମରେ ସୀମିତ ହୋଇରହିଯାଇଛି। ବିଭାଗୀୟ ମନ୍ତ୍ରୀଂକ କଡ଼ା ନିର୍ଦ୍ଦେଶ ରହିଛି ବିଭିନ୍ନ ଅଞ୍ଚଳରେ ଥିବା ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରି ତାଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।ଏନେଇ ବାଲିଆପାଳ ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ଶିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି କହିଛନ୍ତି।

Leave a Reply

Your email address will not be published. Required fields are marked *