Reported By : Santosh Kumar Sethy (Ganjam)
ଅଷ୍ଟମ ଶ୍ରେଣୀ ଛାତ୍ରକୁ ଚାପି ଦେଲା ଟ୍ରକ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠ ସରସିଂ ଛକରେ ଘଟିଛି ଘଟଣା । ଘଟଣା ସ୍ଥଳରେ ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭଙ୍କର ନାୟକ ମୃତ । ଅଷ୍ଟମ ଶ୍ରେଣୀ ର ଶୁଭଙ୍କର ଓ ଦଶମ ଶ୍ରେଣୀ ଛାତ୍ର ସ୍ବପ୍ନଜିତ ନାହାକ ଟିୟୁସନ ରୁ ଏକ ସାଇକେଲ ନିଜ ଘରକୁ ଫେରୁଥିବା ବେଳେ କଟକ ରୁ ଆସିକା ଅଭିମୁଖେ ଯାଉଥିବା ଏକ ୧୪ ଚକିଆ ଟ୍ରକ ଯାହାର ନମ୍ବର OD05Y4697 ଦୃତ ଗତିରେ ସାଇକେଲ କୁ ଧକ୍କା ଦେଇଥିଲା । ତେବେ ସାଇକେଲ ଚଲାଉଥିବା ସ୍ବପ୍ନଜିତ ସାଇକେଲ ରୁ ଛିଟିକି ପଡ଼ିଥିବା ବେଳେ ଶୁଭଙ୍କର ଗାଡ଼ି ଚକାତଳେ ଚାପି ହୋଇଯାଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ଶୁଭଙ୍କର ଙ୍କ ମୃତୁ ହୋଇଥିଲା । ସ୍ଵପ୍ନଜିତ ସାମାନ୍ୟ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ଖବର ପାଇ ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ଥିବା ବେଳେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା । ଲୋକଙ୍କୁ ବୁଝାସୁଝା କରି ଶବ କୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ବେଳେ ଟ୍ରକ ଡ଼୍ରାଇଭର କୁ ଥାନା ରେ ଅଟକ ରଖିଛି ପୋଲିସ । ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଡ୍ରାଇଭର କାଳେ ମଦ୍ୟପାନ କରି ଗାଡି ଚଳାଉ ଥିଲେ ।