ପରିଚୟ : ଏହାର ଗଛ ବଡ ବଡ ,ପତ୍ରମାନ ତେନ୍ତୁଳୀ ପତ୍ରପରି ସରୁ ସରୁ କିନ୍ତୁ କିଛି ବଡ ବଡ ହୋଇଥାଏ । ଏହାର ଫଳ ରେ ହିଁ ଔଷଧ ତିଆରି ହୁଏ ।
ନାମ : ଓଡିଶାରେ ଏହାର ନାମ ଅଁଳା , ବଙ୍ଗଳାରେ ଆମଲା ,ହିନ୍ଦୀ ରେ ଅଶୋରା କୁହାଯାଏ ।
ଗୁଣ : ଅଁଳା କଷାୟ-ଅମ୍ଳ-ମଧୁରସ ,ଶୀତବୀର୍ଜ୍ୟ ,ଲଘୁ ରସାୟନ,ମସ୍ତିସ୍କ ଶୀତଳ ,କାରକ ଓ କେଶବର୍ଦ୍ଧକ ଏବଂ ବାୟୁ ,ଅମ୍ଳ ପିତ୍ତ, ଦାହ ,ତୃଷ୍ଣା ,ମେହ ,ବମନ ଓ ଅଜୀର୍ଣ୍ଣ ପ୍ରଭୁତି ରୋଗ ନାଶକ ଅଟେ ।
ଔଷଧୀୟ କାମ :
୧.ଅଁଳା ପତ୍ର ରସ ସାଙ୍ଗରେ ଖସାତେଲ ମିଶାଇ ମସ୍ତକରେ ମାଲିଶ କଲେ ମୁଣ୍ଡ ବ୍ୟଥା ,ମୁଣ୍ଡ ଗରମ ଭଲ ହୁଏ ।
୨. ଅଁଳା ଫଳ କୁ ପ୍ରତିଦିନ ଚୋବେଇ ଖାଇଲେ ମେହ,ପ୍ରେମେହ,ଶୁକ୍ରଦୋଷ ଓ ଧାତୁକ୍ଷୟ ଆଦି ରୋଗ ଭଲ ହୁଏ ।
୩.ଅଁଳା ଫଳ ରସ ସାଙ୍ଗରେ ଅଳ୍ପ ମହୁ ମିଶାଇ କରି (୭ ରୁ ୮ ଦିନ ପର୍ଯ୍ୟନ୍ତ ) ଦିନକୁ ୨ ତୋଳା ଖାଇଲେ ପେଟ ବେଦନା ଓ ରକ୍ତ ରୋଗ ଭଲହୁଏ ।
୪. ଅଁଳା ରସ ସାଙ୍ଗରେ ହଲଦିଗୁଣ୍ଡ ମିଶାଇ ୩ ଥର ସେବନ କଲେ ସମସ୍ତ ପ୍ରକାର ପ୍ରେମେହ ରୋଗ ଭଲ ହୁଏ ।
୫. ଅଁଳା ୧ ଭାଗ ,ପିପ୍ ଳୀ ୨ ଭାଗ ଓ ସୈନ୍ଧେବ ଲୁଣ ଏକତ୍ର କରି ଉଷ୍ଣ ଜଳରେ ମିଶାଇ ଖାଇଲେ ଅଜୀନ୍ନ ,ଅଗ୍ନିମାନ୍ଦ୍ୟ,ବଦହଜମି ଭଲ ହୁଏ ।