ସଠିକ୍ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ବେଲପରା ବ୍ଲକ ନୁନହାଡ଼ ଗାଁ ରେ ରାକ୍ଷୀ ପୁର୍ଣିମା ଏବଂ ମା ସନ୍ତୋଷୀ ଜନ୍ମ ଦିନ ରେ ଧୁମ ଧାମ ରେ ପାଳିତ ହେଇଛି । ବିଗତ 17 ବର୍ଷ ହେଇଗଲା ମା ସନ୍ତୋଷୀ ଙ୍କ ଜନ୍ମ ଦିନ ଏହି ଦିନ ରେ ଗାଁ ସାରା ଲୋକ ଧୁମ ଧାମ ରେ ଘଣ୍ଟ ବାଦ୍ୟ ସହ କୀର୍ତନ ଏବଂ ରାତି ରେ ଲୋକ କଲା ଆୟୋଜିତ କରା ଯାଏ । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଆୟୋଜନ କରାହେଇଛି ଆୟୋଜନ କର୍ତା ଭକନ ସାହୁ ଗାନ୍ଧୀ ସାହୁ ସରିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ 2009 ମସିହା ସ୍ବର୍ଗତ ଶୁକଦେବ ସାହୁ ଙ୍କ ଅଧୀନ ରେ ମା ସନ୍ତୋଷୀ ଙ୍କ ମନ୍ଦିର ପ୍ରତିଷ୍ଠାତା ହେଇଥିଲା । ଏଥିରେ ତାଙ୍କ ଧର୍ମ ପତ୍ନୀ ସୁଲୋଚନା ସାହୁ ମଧ୍ୟ ତାଙ୍କ ସହିତ ଥିଲେ । ଏବେ 17 ବର୍ଷ ରେ ତାଙ୍କ 2 ପୁତ୍ର ସୀତାଂଶୁ ଏବଂ ଶୁଭ୍ରାଂଶୁ ବାପା ଙ୍କ ଛାଡିଦେଇଥିବା କାମ କୁ ପ୍ରତି ବର୍ଷ ରାକ୍ଷୀ ପୁର୍ଣିମା ଦିନ ହିଁ ମା ସନ୍ତୋଷୀ ଙ୍କ ଜନ୍ମ ଦିନ ପାଳିତ ହୁଏ । ଏଥିରେ ସକାଳୁ ଶ୍ରଦ୍ଧାଳୁ ଏବଂ କଳସ ଯାତ୍ରୀ ଙ୍କୁ ଜଳଖିଆ ଏବଂ ସନ୍ଧ୍ୟା ରେ ଭୋଜନ ସମାରୋହ ସହିତ ଅନ୍ନ ଭୋଗ ମଧ୍ୟ ଆୟୋଜନ କରାଯାଇଛି ।
ନୁନହାଡ଼ ଗାଁ ରେ ମା ସନ୍ତୋଷୀ ଙ୍କ ଜନ୍ମ ଦିନ ଧୁମ ଧାମ ରେ ପାଳିତ

