ସଠିକ ବ୍ୟୁରୋ : ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ର ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି । ଆଜି ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ର ଦେଶବ୍ୟାପୀ ଧାରଣା । ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟ ପାଇଁ ରାସ୍ତାକୁ ଓହ୍ଲାଇବେ । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବାଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସାମିଲ ହେବେ ।ଏହା ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ର ଡାକରା ଦେଇଛନ୍ତି ।
ଭାରତ ବନ୍ଦ: କାହିଁକି ପ୍ରତିବାଦ ?
-ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି ଏବଂ ବେକାରି ବୃଦ୍ଧି
-୪ଟି ନୂତନ ଶ୍ରମ କୋଡ୍ ପାଇଁ ଦାବି
-ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧାରେ ହ୍ରାସ
-ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି
-୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ କରାଯାଇନାହିଁ
-ଶ୍ରମିକଙ୍କ ସଂଘ ଗଠନ ଏବଂ ଧର୍ମଘଟ କରିବାର ଅଧିକାର ପୁନଃସ୍ଥାପିତ କରାଯାଉ
– ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି
-ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି
-ମନରେଗା ମଜୁରୀ ବୃଦ୍ଧି କରନ୍ତୁ ଏବଂ ଏହାକୁ ସହରାଞ୍ଚଳରେ ଲାଗୁ କରିବା