କାଳିମେଘି ଠାରେ ୭୬ତମ ବନ ମହୋତ୍ସବ ଅନୁଷ୍ଠିତ

ସଠିକ୍ ବ୍ୟୁରୋ : ବେଗୁନିଆଁପଡା ବ୍ଲକ କାଳିମେଘି ପଞ୍ଚାୟତ ସ୍ଥିତ କଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନବିଭାଗ ତରଫରୁ ୭୬ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ପୋଲସରା ଡେପୁଟି ରେଞ୍ଜର ଶ୍ରୀ ନନ୍ଦକିଶୋର ସିଂ ମୁଖ୍ୟଅତିଥି ,କୋଦଳା ଫରେଷ୍ଟର ଶ୍ରୀ ହର ପ୍ରସାଦ ସାହୁ, ଗାର୍ଡ ଶ୍ରୀ ଅବିନାଶ ‌କଁଅର ଯୋଗଦାନ କରି ପିଲା ମାନଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରେରଣା ଦେଇଥିଲେ ।

ଏହି ଉତ୍ସବରେ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସ୍କାଉଟ,ରେଡକ୍ରସ, ଇକୋକ୍ଲବ ର ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ। ଶିକ୍ଷକ ଉତ୍ତମ ସାହୁ ଓ କ୍ରୀଡା ଶିକ୍ଷକ ଭାଗବାନପଣ୍ଡ। ତଥା ଅନ୍ୟଶିକ୍ଷକ ଓ କର୍ମଚାରୀ ଵୄନ୍ଦ ବୃକ୍ଷ ରୋପଣ ରେ ସହାଯ୍ୟ କରିଥିଲେ।

ଶେଷରେ ଗ୍ରାମ ଭ୍ରମଣକରି ସ୍ଲୋଗାନ ରେବୃକ୍ଷରୋପଣ ର ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ଉତ୍ସବକୁ ଇକୋକ୍ଲବ ଇନ୍ ଚାର୍ଜ ଶିକ୍ଷକ ଶ୍ରୀ ସରୋଜ କୁମାର ମାଝି ପରିଚାଳନା କରିଥିଲେ ଓ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟର  : ସନ୍ତୋଷ କୁମାର ସେଠୀ(ଗଞ୍ଜାମ)

Leave a Reply

Your email address will not be published. Required fields are marked *