ସଠିକ୍ ବ୍ୟୁରୋ : ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ବଜାରରେ ଏକ କୁକୁଡା ଦୋକାନରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ଅଭିଯୋଗରେ ରେ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଦିନ ଗିରଫ କରିଛି। ସୂଚନା ଅନୁସାରେ କଟକ-ପାରାଦୀପ ରାସ୍ତାର ଭୁତମୁଣ୍ଡାଇ ବଜାର ନିକଟରେ ଲୋକନାଥ ସାହୁଙ୍କର ଏକ କୁକୁଡା ଦୋକାନ ରହିଛି । ଗତ ୨୮ ତାରିଖରେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲୋକନାଥ ସାହୁ ଦୋକାନ ବନ୍ଦ କରି ବାହାରକୁ ଯାଇଥିଲେ । ପରଦିନ ଫେରିବା ପରେ ସେ ଦେଖିବାକୁ ପାଇଥିଲେ ଦୋକନାରୁ ପ୍ରାୟ କୋଡିଏ ହଜାର ଟଙ୍କା, ସାଉଣ୍ଡ ସିଷ୍ଟମ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ବହୁ ଖୋଜାଖୋଜି କରିବା ପରେ ଏହି ସବୁ ସାମଗ୍ରୀ ପାଇ ନଥିଲେ ।ପରେ ମଙ୍ଗଳବାର ଦିନ ଶ୍ରୀ ସାହୁ ନୂଆ ସାଉଣ୍ଡ ସିଷ୍ଟମ କିଣିବା ପାଇଁ କୁଜଙ୍ଗ ବଜାରକୁ ଯାଇଥିଲେ । ସେଠାରେ ଏକ ଦେକାନରେ ଗୋଟେ ସାହୁଙ୍କର ସାଉଣ୍ଡ ସିଷ୍ଟମ ରହିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ଘଟଣା ସମ୍ପର୍କରେ ପାରାଦୀପ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲକ୍ଥାନା ପୋଲିସ ଚୋରୀ ସାଉଣ୍ଡ ସିଷ୍ଟମକ ଉଦ୍ଧାର କରିବା ସହିତ ଦୋକାନରେ ଏହାକୁ ବିକ୍ରି କରିଥିବା ଭୁତମୁଣ୍ଡାଇ ଗ୍ରାମର ଦିଲ୍ଲିପ ମହାନ୍ତି ମହାନ୍ତିଙ୍କ ପୁଅ ସୁଦାମ ମହାନ୍ତି( ୨୮) ଓ ସେହି ଗ୍ରାମର ବାବୁଲି ସେ ସେଠୀଙ୍କ ପୁଅ ପପୁନି ସେଠୀ (ପପୁ) ୩୨ଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି । ଏ ସମ୍ପର୍କରେ ଲକ୍ ଥାନାରେ ୨୧୧/୨୫ରେ ଏକ ମାମଲା ରୁଜୁ ହୋଇଛି ।
କୁକୁଡ଼ା ଦୋକାନରୁ ଚୋରି ଘଟଣାରେ ଦୁଇ ଜଣ ଗିରଫ

