ସଠିକ୍ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ଓଡ଼ିଶା ଉପକୂଳରେ ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆକଳନ ଅନୁଯାୟୀ ସୃଷ୍ଟି ହେବ ଲଘୁଚାପ । କ୍ରମଶଃ ଏହା ଝାଡଖଣ୍ଡ ମୁହାଁ ହେବ । ଫଳରେ ପୁଣି ଥରେ ଉତ୍ତର ଓଡ଼ିଶା ସହ ଉପର ମୁଣ୍ଡରେ ହେବ ବର୍ଷା । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ମଧ୍ୟମ ଟ୍ରପୋସ୍ଫେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି ବୋଲି ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।
IMD ଅନୁଯାୟୀ, ଏହା ଆଗାମୀ ଦୁଇ ଦିନ ମଧ୍ୟରେ ବା ଜୁଲାଇ ୧ ଠାରୁ ଜୁଲାଇ ୪ ଯାଏ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ, ଆଗାମୀ ଜୁଲାଇ ୧ ଠାରୁ ଜୁଲାଇ ୪ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ସତର୍କତା ମଧ୍ୟ ଜାରି କରିଛି ।

