ଅଘଟଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ; ବଦଳିଲେ ପୁରୀ ଜିଲ୍ଲାପାଳ , ଏସ୍‌ପି

ସଠିକ୍ ନ୍ୟୁଜ ବ୍ୟୁରୋ : ରଥଯାତ୍ରା ଅଘଟଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି ।ଏ ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଶୋକ ପ୍ରକାଶ ଯେଉଁ ଭକ୍ତ ମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ମୃତ ଶ୍ରଦ୍ଧାଳୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା ମଧ୍ୟ କରିଛନ୍ତି । ଶରଧାବାଲିରେ ଦଳାଚକାଟରେ ମୃତ୍ୟୁ ଘଟଣା ପରେ ଆକ୍ସନ ମୋଡ୍‌ରେ ସରକାର ।  ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ୍‌ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆ ଯାଇଛି । ଏହା ସହିତ DCP ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାଣ୍ଟ୍‌ ଶ୍ରୀ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ । ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ । ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *