ନିଟ୍ ପରିକ୍ଷା ରେ ଓଡ଼ିଶାରେ ଟପ୍ପର ହେଲେ ସ୍ନେହାଶିଷ ଦାସ

ସଠିକ୍ ନ୍ୟୁଜ୍ ବ୍ୟୁରୋ : ଆଜି ପ୍ରଥମ ରଜ କିନ୍ତୁ ଆଜି ବାହାରିଲା ନିଟ୍ ପରୀକ୍ଷା ଫଳା ଫଳ । ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷାଫଳ ଘୋଷଣା ହୋଇଛି । ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନାମଲେଖା ପାଇଁ କାଉନସେଲିଂକୁ ତାରିଖକୁ ଅପେକ୍ଷା କରଛନ୍ତି ପରୀକ୍ଷାର୍ଥୀ । ସୂଚନା ଅନୁସାରେ ସର୍ବଭାରତୀୟ ସ୍ତରରେ ମୋଟ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୨ ଲକ୍ଷ ୩୬ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଡ଼ା ପ୍ରତିଯୋଗିତା ଭିତରେ ରାଜସ୍ଥାନର ମହେଶ କେଶୱାନି ଦେଶରେ ଟପ୍ପର ହୋଇଛନ୍ତି । ସୋସିଆଲ ମିଡିଆରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିବା ମହେଶ ଗତ ୨ ବର୍ଷ ହେବ କୋଟାରେ ଏଥିପାଇଁ ପ୍ରସ୍ତୁତି କରୁଥିଲେ । ପ୍ରଥମ ୪ଟି ସ୍ଥାନରେ ପୁଅ ରହିଛନ୍ତି । କିନ୍ତୁ ସର୍ବଭାରତୀୟ ସ୍ତରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ସଫଳତା ର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ଲକ୍ଷ ୨୨ ହଜାର ଝିଅ ରହିଛନ୍ତି । ୧୧ ଜଣ ତୃତୀୟଲିଙ୍ଗୀ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬ ଜଣ ଡାକ୍ତରୀ ପାଠ୍ୟକ୍ରମ ପଢିବାକୁ ଯୋଗ୍ୟତା ହାସଲ କରିଛନ୍ତି ।ନିଟ୍ ୟୁଜି ପରୀକ୍ଷାରେ ଓଡ଼ିଶା ଛାତ୍ରଛାତ୍ରୀ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି । ସର୍ବଭାରତୀୟ ରାଙ୍କ ୬୦ରେ ରହିଥିବା ସେହ୍ନାଶିଷ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ପିଲାଟି ବେଳୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସ୍ନେହାଶିଷଙ୍କ ସ୍ୱପ୍ନକୁ ପୂରା କରିଛି ଏହି ଫଳାଫଳ । ୟୁଟ୍ୟୁବ୍‌କୁ ପାଠପଢ଼ା ସାଥୀ କରି ଏହି ସଫଳତା ପାଇଛନ୍ତି ସ୍ନେହାଶିଷ । ହ୍ୟୁମାନ ଆନାଟୋମି ଓ ଅନ୍ୟାନ୍ୟ ବିଜ୍ଞାନ ଭିତ୍ତିକ ଭିଡ଼ିଓ ଦେଖି ନିଜକୁ ନିଟ୍ ପାଇଁ ପ୍ରସ୍ତୁତ କରିଥିଲେ । ଭବିଷ୍ୟତରେ ଭଲ ନ୍ୟୁରୋସର୍ଜନ ହୋଇ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ସ୍ନେହାଶିଷ । ଏଥିସହିତ ଅନୁସୂଚିତ ଜାତି ବର୍ଗରେ ଓଡ଼ିଶାର ପବିତ୍ର ସେଠୀ ୬ ନମ୍ବର ସ୍ଥାନରେ ରହିଥିବାର ଦେଖିବାକୁ ମିଳିଛି। କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ହିଁ ସଫଳତାର ସୂତ୍ର ବୋଲି କହିଛନ୍ତି ସଫଳତାର ଶୀର୍ଷରେ ପହଞ୍ଚିଥିବା ଛାତ୍ରଛାତ୍ରୀ । ଅନ୍ୟପଟେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଉପରେ ନଜର ରଖିଛନ୍ତି ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *