ଜାତୀୟ ମାନବାଧିକାର ପ୍ରୋଟେକ୍ସନ ପକ୍ଷରୁ କୃତିତ୍ୱ ଉତ୍ସବ

ସଠିକ୍ ବ୍ୟୁରୋ  : ଜାତୀୟ ମାନବାଧିକାର ପ୍ରୋଟେକ୍ସନ କମିଶନ ଭାରତ (NRPCI) ଓ ଭାରତୀୟ ଆଚିଭର ଆଓ୍ବ।ର୍ଡ କାଉନସିଲ ସହଯୋଗ ରେ ଭୂବନେଶ୍ୱର ଦି ପ୍ରେସିଡେନ୍ସି ଠାରେ ଏକ କୃତିତ୍ୱ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏନ୍ଆର୍ ପି ସିଆଇ ରାଜ୍ୟ ସଭାପତି ଡଃ ନାରାୟଣ ପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସିଆରପିଏଫ ଡିଆଇଜି ବଳରାମ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଏନ୍ଆରପିସିଆଇ ର ଜିଲ୍ଲା ସଭାପତି ଦୁର୍ଗାମାଧବ ରାୟ ଯୋଗଦେଇ ଥିବା ବେଳେ ବହୁବିଶିଷ୍ଟ ବ୍ୟକ୍ତି ମାନେ ଉତ୍ସବରେ ଉପସ୍ଥିତ ରହିଥିଲେ।ଅତିଥି ମାନେ ଏବଂ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନେ ମାନବାଧିକାର ସଂମ୍ପର୍କରେ ଅନେକ ଗୁଡିଏ ଉପଦେଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଶିକ୍ଷା, ଆଇନ,ଚିକିତ୍ସା, ଖେଳ,କୃଷି,ସମାଜସେବା, ପଶୁପାଳନ ଆଦି ଆଦି ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ମଂଚରେ ଡଃ ଉପାଧି ରେ ସମ୍ମାନୀତ କରାଯାଇଥିଲା।ମଂଚାସିନ ଅତିଥି ମାନେ ଡଃ ଉପାଧିରେ ସମ୍ମାନୀତ ବ୍ୟକ୍ତି ମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।ଡଃ ଉପାଧି ପାଇଥିବା ବ୍ୟକ୍ତି ମାନେ ଆଗକୁ କିଭଳି ସମାଜର ଯୁବପିଢ଼ି ମାନେ ସବୁ କ୍ଷେତ୍ରରେ ଆଗକୁ ବଢି ପାରିବେ ଏବଂ ରାଜ୍ୟ ତଥା ଦେଶର ସୁନାମ ଆଣିପାରିବେ ସେଥିପାଇଁ ସବୁବେଳେ ସେମାନଙ୍କ ସହଯୋଗ ରହିବ ବୋଲି ପ୍ରତିକ୍ରିୟାରେ କହିଥିଲେ।ଜାତୀୟ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ଦୈଡରାଣୀ ଅର୍ଜୁନ ପୁରସ୍କାର ବିଜେତା ଦୁତିଚାନ୍ଦ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଡଃ ଉପାଧିରେ ସମ୍ମାନୀତ ହୋଇ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ରିପୋର୍ଟର : ଞାନ ରଞ୍ଜନ ଦାଶ (ଖୋର୍ଦ୍ଧା)

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp