୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ : ବଢୁଛି କରୋନା ମାମଲା

ସଠିକ୍ ନ୍ୟୁଜ୍ ବ୍ୟୁରୋରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନାରେ ଜଣକ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସରକାରୀ ଭାବେ ଘୋଷଣା କରାଯାଇନାହିଁ । ଏହାଛଡ଼ା କରୋନାକୁ ନେଇ ରାଜ୍ୟରେ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ । ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସବୁକିଛି ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।    ସେହିପରି ଦେଶରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୬୪ ନୂଆ ମାମଲା ଚିହ୍ନଟ ହୋଇଛି । ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୩୦୨ ହୋଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ୩ ହଜାର ୨୮୧ ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଅଧିକ ଲୋକଙ୍କ ଜୀବନ ଯାଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ, ଗୁଜୁରାଟ ଓ ଦିଲ୍ଲୀରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

କେରଳରେ କରୋନା ମାମଲା କମିବାରେ ଲାଗିଥିବା ବେଳେ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୮୭ ଜଣ । କରେଳରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୭୩ ରହିଛି । ଅନ୍ୟପଟେ ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟରେ ପଜିଟିଭ ମାମଲା ବଢୁଛି । ମହାରାଷ୍ଟ୍ରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧୦ ରହିଛି । ଦିଲ୍ଲୀରେ ୬୪ ନୂଆ ମାମଲାକୁ ମିଶାଇ ୪୫୭ ଆକ୍ଟିଭ ମାମଲା ରହିଛି । ଦିଲ୍ଲୀରେ ଆଜି ସୁଦ୍ଧା କରୋନାରେ ୪ଜଣଙ୍କ ଜୀବନ ଯାଇଛି । ଗୁଜୁରାଟରେ ୪୬୧ ସକ୍ରିୟ ସଂକ୍ରମିତ ଓ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଓଡିଶାର ପଡ଼ୋଶୀ ପଶ୍ଚିମବଙ୍ଗରେ ମଧ୍ୟ କରୋନା ମାମଲା ବଢିବାରେ ଲାଗିଛି । ପଶ୍ଚିମବଙ୍ଗରେ ୪୩୨ ସକ୍ରିୟ ସଂକ୍ରମିତ ଥିବା ବେଳେ ୨୪ ଘଣ୍ଟାରେ ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

Leave a Reply

Your email address will not be published. Required fields are marked *