୨୦ରେ ଆସୁଛନ୍ତି ମୋଦୀ , ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ.

୧୨ ତାରିଖ ବଦଳରେ ୨୦ରେ ଆସୁଛନ୍ତି ମୋଦୀ । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି  ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।   ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ । ବର୍ଷକ ମଧ୍ୟରେ ୧୧ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ । ସରକାରକୁ ଆସିବା ପରେ ସେଥି ମଧ୍ୟରୁ ୧୧ ଟି ପ୍ରତିଶ୍ରୁତି ପାଳନ କରାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ । ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିର ଯୋଜନା । ଜୁନ୍ ୯ ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ଜନ ସାଧାରଣଙ୍କ ପାଖକୁ ଯିବ ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେପି କର୍ମକର୍ତ୍ତା । ସଶକ୍ତ ଭାରତ, ସୁରକ୍ଷିତ ଭାରତ ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *