ରୁଟିରେ ଘିଅ ଲଗାଇ ଖାଇଲେ ମିଳେ ଲାଭ

ଅଧିକାଂଶ ଲୋକେ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ଆଉ କେତେଜଣ ରୁଟିରେ ରିଫାଇନ୍‌ ତେଲ ଲଗାଇ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ଏହା ଶରୀର ପାଇଁ ବେଶି କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। କିନ୍ତୁ ରୁଟିରେ ଘିଅ ଲଗାଇ ଖାଇବା ଭଲ ବୋଲି ଏମାନେ ମତ ଦେଇଛନ୍ତି। ଘିଅ ଶରୀରର ମେଟାବୋଲିଜିମକୁ ବଢାଇଥାଏ। ଯାହାଦ୍ୱାରା ଶରୀରର ଓଜନ ସହଜରେ କମ୍‌ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଡେଡ୍‌ ସେଲକୁ ନଷ୍ଟ କରିଦେଉଥିବାରୁ ମୁହଁରେ ବ୍ରଣ ହୋଇ ନ ଥାଏ। ରୁଟିରେ ଘିଅ ଲଗାଇ ଖାଇଲେ ପେଟ ସମସ୍ୟା ଯେପରିକି କୋଷ୍ଠକାଠିନ୍ୟ, ଏସିଡିଟି ଆଦି ଠିକ୍‌ ହୋଇଥାଏ। ଏହାସହ ପେଟ ଦରଜ ଥିଲେ ଏହା ଠିକ୍‌ ହୋଇଥାଏ। ଘିଅ ଶରୀରରେ ଥିବା ଅଦରକାରୀ କୋଲେଷ୍ଟରଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁରୂପେ କରିବାରେ ଘିଅ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *